CHARIDHAM

ଶରୀରରେ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ପାଇଁ ଖାଆନ୍ତୁ କମଳା, କିନ୍ତୁ…

କରୋନାର ମୁକାବିଲା ପାଇଁ ଏବେ ସମସ୍ତେ ନିଜର ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିବାରେ ଲାଗିଛନ୍ତି। ତେବେ କମଳା ହେଉଛି ଏଭଳି ଏକ ଫଳ ଯେଉଁଥିରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଛି, ଯାହାକି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ ।

ତେବେ କମଳା ଖାଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି ଏହା ଖାଇଲେ ଶରୀରର କ୍ଷତି ବି ହୋଇଥାଏ।

– କମଳାରେ ଫ୍ୟାଟ୍‌, କୋଲେଷ୍ଟ୍ରଲ୍‌ ଓ ସୋଡିଅମ୍‌ ସମାନ ପରିମାଣରେ ଥାଏ।

– କମଳା ଖାଇଲେ ଆଖି ସୁସ୍ଥ ରହେ,ମାତ୍ର ଅଧିକ ମାତ୍ରାରେ କମଳା ସେବନ କରିଲେ, ଓଜନ ବଢିବା ଓ ମୁଣ୍ଡ କୁଣ୍ଡେଇ ହେବା ସାଙ୍ଗକୁ ମୁଣ୍ଡବ୍ୟଥା ହେବା ଭଳି ସମସ୍ୟା ବି ଉପୁଜିଥାଏ।

– ଅଧିକ ପରିମାଣର କମଳା ଖାଇଲେ ଦାନ୍ତର କ୍ଷତି ହୋଇଥାଏ।

– ଅଧିକ ମାତ୍ରାରେ କମଳା ଖାଇଲେ ଶରୀରର କାର୍ଯ୍ୟ କରିବା କ୍ଷମତା ବି କମ୍‌ ହୋଇଥାଏ।