fbpx

ଧୀରେଧୀରେ ସୁସ୍ଥ ହେଉଛନ୍ତି ବଦ୍ରି ପାତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଘସିପୁରା ବିଧାୟକ ବଦ୍ରି ପାତ୍ରଙ୍କୁ ନେଇ ଏକ ସୁସମ୍ବାଦ ଆସିଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କ୍ରମଶଃ ଉନ୍ନତି ଘଟିବା ସହ ସେ ଧୀରେଧୀରେ ସୁସ୍ଥ ହେଉଥିବା କହିଛନ୍ତି ବଦ୍ରି ପାତ୍ରଙ୍କ ପୁଅ । ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଣ୍ଟ୍ରୋଲୋଜି (ଏଆଇଜି) ଡାକ୍ତର ନାରାୟଣ ରେଡ୍ଡୀ ନିଜେ ଶ୍ରୀ ପାତ୍ରଙ୍କର ଚିକିତ୍ସା କରୁଛନ୍ତି । ଷ୍ଟୋମାକରେ ହେଉଥିବା ଇଣ୍ଟରନାଲ ବ୍ଲିଡିଂ କ୍ରମଶଃ ବନ୍ଦ ହେବା ସହ ହୃଦୟରେ ଥିବା ଯନ୍ତ୍ରଣା କମିଯାଇଛି । ଆସନ୍ତା ୭ ଦିନ ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୧୧ ତାରିଖରେ ଘସିପୁରା ବିଧାୟକ ଶ୍ରୀ ପାତ୍ରଙ୍କୁ ଭୁବନେଶ୍ୱର ଆପୋଲା ହସ୍ପିଟାଲରୁ ଏୟାରଲିଫ୍ଟ କରି ହାଇଦ୍ରାବାଦର ଏଆଇଜିକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ହସ୍ପିଟାଲରେ ଶ୍ରୀ ପାତ୍ରଙ୍କ ସ୍ତ୍ରୀ, ଝିଅ ଓ ପୁଅ ଉପସ୍ଥିତ ଅଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟର ପୂର୍ବତନ ମନ୍ତ୍ରୀ ଶ୍ରୀ ପାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ରାଜନୀତିରେ ଯୋଗ ଦେଇଥିଲେ । ସେ ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଘସିପୁରା ଆସନରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ । ସେ କେଉଁଝର ଓ ଘସିପୁର ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ପ୍ରକଳ୍ପ, ନଦୀବନ୍ଧ ନିର୍ମାଣ ପରି ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.