fbpx

ନୂଆ ଆଇନକୁ ନେଇ ବିଜ୍ଞପ୍ତି ଜାରି କଲା ସ୍ୱାସ୍ଥ୍ୟ ବିଭାଗ: ଡାକ୍ତରୀ ମାଇନା ପାଇଁ ବଳାତ୍କାର ପୀଡ଼ିତା କିମ୍ବା ପରିବାର ସଦସ୍ୟଙ୍କ ଅନୁମତି ଜରୁରୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁଲାଇ ମାସ ପହିଲାରୁ ସାରା ଦେଶରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଲାଗୁ ହୋଇଯାଇଛି । ସେହି ନିୟମମ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଘରୋଇ ଡାକ୍ତରଖାନା ପାଇଁ ଲାଗ ହେବ । ଏଣିକି ଡାକ୍ତରୀ ମାଇନା ଶେଷ ହେବା ପରେ ଅଭିଯୁକ୍ତଙ୍କୁ ତା’ର ଏକ ନକଲ ପ୍ରଦାନ କରାଯିବ । ଏ କ୍ଷେତ୍ରରେ କୌଣସି ଅବହେଳା କରାଯାଇ ପାରିବ ନାହିଁ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଯଦି ବଳାକ୍ରାର ପୀଡ଼ିତାଙ୍କ ବୟସ ୧୨ ବର୍ଷରୁ କମ୍ ହୋଇଥାଏ, ତେବେ ସେ କ୍ଷେତ୍ରରେ ଡାକ୍ତରୀ ମାଇନା ପାଇଁ ପୀଡ଼ିତାଙ୍କ ପିତାମାତାଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ । କୌଣସି ବଳାକ୍ରାର ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ଡାକ୍ତରଙ୍କ ନିକଟରେ ହାଜର କରିବା ପରେ ଅବିଳମ୍ବେ ତାଙ୍କର ପରୀକ୍ଷା ନିରୀକ୍ଷା କରାଯିବ । ତା’ ପୂର୍ବରୁ ପୀଡ଼ିତା କିମ୍ବା ପରିବାର ସଦସ୍ୟଙ୍କ ଅନୁମତି ନେବା ଜରୁରୀ । ରିପୋର୍ଟରେ ଅନୁମତି ମିଳିଥିବା ବାବଦରେ ଉଲ୍ଲେଖ କରାଯିବ । ଏ କ୍ଷେତ୍ରରେ କୌଣସି ଅବହେଳା ଗ୍ରହଣୀୟ ହେବ ନାହିଁ । ଯଦି ଡାକ୍ତରୀ ମାଇନା କ୍ଷେତ୍ରରେ କୌଣସି ବିଳମ୍ବ ହୁଏ, ତେବେ ତା’ର କାରଣ ସମ୍ପର୍କରେ ରେଜିଷ୍ଟ୍ରାର ଓ ପରୀକ୍ଷା ରିପୋର୍ଟରେ ଉଲ୍ଲେଖ କରାଯିବ । ଡାକ୍ତରୀ ମାଇନାର ଆରମ୍ଭ ଓ ଶେଷ ବିଷୟରେ ଉଲ୍ଲେଖ କରାଯିବ । ମେଡିକାଲ ପରୀକ୍ଷା ଶେଷ ହେବାର ୧ ସପ୍ତାହ ମଧ୍ୟରେ ଡାକ୍ତର ନିଜ ରିପୋର୍ଟ ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ହସ୍ତାନ୍ତର କରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.