fbpx

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା- ‘ମାଗଣାରେ ମିଳିବ କରୋନା ଟିକା’

Advertisement

ନୂଆଦିଲ୍ଲୀ,୨ ।୧: ଦେଶରେ କରୋନା ଭ୍ୟାକ୍ସିନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଟୀକା ଦେବାକୁ ପାଇଁ ସାରା ଦେଶରେ ଡ୍ରାଏ ରନ୍ ଆରମ୍ଭ ହୋଇଛି । କରୋନା ଟୀକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଏକ ବଡ ଘୋଷଣା କରିଛନ୍ତି । ସାରା ଦେଶରେ କରୋନା ଟୀକା ମାଗଣାରେ ଉପଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୧୧୬ ଜିଲ୍ଲାର ୨୫୯ ସ୍ଥାନରେ କୋଭିଡ ଭ୍ୟାକ୍ସିନର ଡ୍ରାଏ ରନ୍ ଆରମ୍ଭ ହୋଇଛି । ଓଡିଶାର ୩୦ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ କ୍ୟାପିଟାଲ ହସ୍ପିଟାଲରେ କରୋନା ଟିକାକରଣ ନେଇ ଡ୍ରାଏ ରନ କରାଯାଉଛି । ପ୍ରତ୍ୟେକ ରାଜ୍ୟରେ ଟିକାକରଣ ନେଇ ଡ୍ରାଏ ରନ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.