fbpx

କପାଳରେ ଥିବା ଏକ ଅସ୍ଥି ବା ଗେଟା ହୋଇପାରେ ଅଷ୍ଟିଓମାର ଲକ୍ଷଣ : ଜାଣନ୍ତୁ ଏହାର ଲକ୍ଷଣ ଓ କାରଣ

ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକେ ନିଜ ଶରୀର ପ୍ରତି କିଛି ମାତ୍ରାରେ ଅବହେଳା କରିଥାନ୍ତି । ଯାହାକି ପରବର୍ତ୍ତି ସମୟରେ ସେମାନଙ୍କ ପାଇଁ ଏହା ବିପଦର କାରଣ ହୋଇଥାଏ । ତେବେ ଆମେ ଆଜି ଆପଣଙ୍କୁ ଏକ ରୋଗ ବିଷୟରେ କହିବାକୁ ଯାଉଛୁ, ଯାହାର ନାମ ହେଉଛି ଅଷ୍ଟିଓମା । ମୁଣ୍ଡ କିମ୍ବା ଶରୀରର କୌଣସି ହାଡରେ ବଢୁଥିବା ଗେଟା ଯେଉଁଥିରେ ବିଶେଷ ଯନ୍ତ୍ରଣା ହେଉନାହିଁ ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଏହା ଅଷ୍ଟିଓମାର ଲକ୍ଷଣ ହୋଇପାରେ । ଏପରି ପରିସ୍ଥିତିରେ ଯଦି ଆପଣଙ୍କ ଶରୀରର କୌଣସି ହାଡରେ ଏପରି ଗେଟା ପରିଲକ୍ଷିତ ହେଉଛି ତେବେ ଆପଣ ଏହାକୁ ଅଣଦେଖା କରନ୍ତୁ ନାହିଁ । ବର୍ତ୍ତମାନ ଚାଲନ୍ତୁ ଜାଣିବା ଅଷ୍ଟିଓମା ରୋଗର ଲକ୍ଷଣ କଣ ।

ଅଷ୍ଟିଓମା ରୋଗର ଲକ୍ଷଣ: ଯଦି କପାଳ କିମ୍ବା ଶରୀରର ଯେକୌଣସି ଭାଗରେ ହାଡ ବାହାରକୁ ଗେଟା ପରି ଦେଖାଯାଉଥାଏ , ତେବେ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ । କାରଣ ଏହା ଅଷ୍ଟିଓମା ପରି ଗୁରୁତର ରୋଗର ଲକ୍ଷଣ ହୋଇପାରେ । ଏହି ଗେଟାକୁ ଛୁଇଁଲେ କୌଣସି ପ୍ରଭାବ ପଡେନାହିଁ କି ଏହା ଯନ୍ତ୍ରଣା ମଧ୍ୟ ହୁଏ ନାହିଁ । କିନ୍ତୁ ଅଷ୍ଟିଓମା ଥିବା କେତେକ ଲୋକଙ୍କର ମୁଣ୍ଡବନ୍ଧା ଓ ସାଇନସ୍ ଭଳି ଲକ୍ଷଣ ଗେଖାଦେଇଥାଏ । ଏହା ହେଉଛି ହାଡର ଏକ ଟ୍ୟୁମର୍ । ଅଷ୍ଟିଓମାରେ କିଛି ସମୟ ପର୍ଯ୍ୟନ୍ତ କୌଣସି ଯନ୍ତ୍ରଣା ହୋଇନଥାଏ ।

କିନ୍ତୁ ଏହା ପରବର୍ତ୍ତି ସମୟରେ ନାସାଲ୍ ସାଇନୁସାଇଟିସରେ ପହଞ୍ଚି ଶିରାରେ ଚାପ ସୃଷ୍ଟି କରିପାରେ । ଯାହା ଦ୍ୱାରା ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏଥି ସହିତ ଏହାକୁ ଅପରେସନ୍ ମଧ୍ୟ କରିବାକୁ ପଡିଥାଏ । ତେବେ ଏହି ରୋଗରେ ଅନେକ ସମୟରେ କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଦେଇ ନଥାଏ । ଅଷ୍ଟିଓମାର ଲକ୍ଷଣ ଏହାର ଆକାର ଓ ଏହା ହୋଇଥିବା ଜାଗା ଉପରେ ନିର୍ଭର କରେ ।

ସାଇନସ୍ (ଏହା ନାକ ନିକଟରେ ଥାଏ ): ସାଇନସ୍ ଅର୍ଥାତ ନାକ ନିକଟକେ ଅଷ୍ଟିଓମା ହେଲେ ବ୍ୟକ୍ତିକୁ ନିଶ୍ୱାସ, ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏହା ସହିତ ସାଇନସ୍ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ।

ଆଖି ପାଖରେ: ଆଖି ନିକଟରେ ଅଷ୍ଟିଓମା ହେବା ଦ୍ୱାରା ଆଖି ନିକଟରେ ଥିବା ଚର୍ମରେ ଫୁଲା ଅନୁଭୁତ ହୋଇଥାଏ । ଯାହାକୁ ପ୍ରୋପ୍ଟୋସିସ୍ ମଧ୍ୟ କୁହାଯାଇଥାଏ ।

ମଥା କିମ୍ବା ଖପୁରୀ: ମାଥା କିମ୍ବା ଖପୁରୀରେ ହୋଇଥିବା ଅଷ୍ଟିଓମାର ଲକ୍ଷଣ ମୁଣ୍ଡବିନ୍ଧାର କାରଣ ହୋଇଥାଏ ।

ପାଟିର ହନୁ ହାଡ: ପାଟିର ହନୁ ହାଡରେ ଯଦି ଅଷ୍ଟିଓମା ହୋଇଥାଏ ତେବେ ଏହା ପାଟିରେ ଯନ୍ତ୍ରଣା, କଥା କହିବା କିମ୍ବା ଚୋବାଇବାରେ ଅସୁବିଧା ଆଦି ଲକ୍ଷଣ ଦେଖାଦେଇଥାଏ ।

କାନ: କାନରେ ଅଷ୍ଟିଓମା ହେବା ଦ୍ୱାରା ଶୁଣିବାରେ ଅସୁବିଧା ଓ କାନରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦେଇଥାଏ ।

ଅଷ୍ଟିଓମାର କାରଣ : ଡାକ୍ତରଙ୍କ କହିବା ଅନୁଯାୟୀ, ଅଷ୍ଟିଓମା ରୋଗର କୌଣସି ନିର୍ଦ୍ଦିଷ୍ଟ କାରଣ ନଥାଏ । କିଛି ରୋଗ କିମ୍ବା ଆଘାତ ହେତୁ ଅଷ୍ଟିଓମା ର ଲକ୍ଷଣ ଦେଖାଦେଇଥାଏ । ଅନେକ କ୍ଷେତ୍ରରେ ଏହା ଏକ ଗମ୍ଭିର ଟ୍ୟୁମର୍ ଦ୍ୱାରା ମଧ୍ୟ ହୋଇପାରେ ।

Get real time updates directly on you device, subscribe now.