fbpx

ହେୟାର ଟ୍ରାନ୍ସପ୍ଲାଣ୍ଟରେ ପାଗଳ ହୋଇପାରେ କି ମଣିଷ?ଏକ୍ସପର୍ଟଙ୍କ ଠାରୁ ଜାଣନ୍ତୁ କେଉଁ ଜିନିଷ ପ୍ରତି ରହିଥାଏ ବିପଦ

Advertisement

ଓଡ଼ିଶା ଭାସ୍କର: ଚନ୍ଦାପଣରୁ ରକ୍ଷା ପାଇବା ପାଇଁ ଆଜିକାଲି ହେୟାର ଟ୍ରାନ୍ସପ୍ଲାଣ୍ଟର ଟ୍ରେଣ୍ଡ ବଢିସାରିଛି । ୧ରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲୋକେ କେଶ ରୋପଣ କରୁଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଏହି ପ୍ରଶ୍ନ ଉଠୁଛି ଯେ, ହେୟାର ଟ୍ରାନ୍ସପ୍ଲାଣ୍ଟରେ ମଣିଷ ପାଗଳ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହି କଥା କେତେ ଦୂରରେ ସତ କେତେ ଦୂରରେ ମିଛ ।

ଏକ୍ସପର୍ଟସଙ୍କ କହିବାନୁଯାୟୀ, ହେୟାର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ କରିବାରେ ମଣିଷ ପାଗଳ ହୋଇନଥାଏ । ହେୟାର ଟ୍ରାନ୍ସପ୍ଲାଣ୍ଟର ବ୍ରେନ ଉପରେ କୌଣସି ନେଗେଟିଭ ପ୍ରଭାବ ପକାଇ ନଥାଏ । ଏହି ପ୍ରକ୍ରିୟାରେ ଖପୁରିର ଉପର ଅଂଶରେ କାମ କରାଯାଇଥାଏ । ଯାହାଦ୍ୱାରା ଏହାର ନିମ୍ନ ଅଂଶର ତ୍ୱଚା ପ୍ରଭାବିତ ହୋଇନଥାଏ ।

କସମେଟିକ ସର୍ଜନଙ୍କ କହିବାନୁଯାୟୀ, ବ୍ରେନର ଉପରି ଭାଗ ଏବଂ ମାଂସପେଶୀର ସ୍କିନରେ ହେୟାର ଟ୍ରାନ୍ସପ୍ଲାଣ୍ଟ ହେବାରେ ବ୍ରେନରେ ଏହାର ପ୍ରଭାବ ପଡିନଥାଏ । ଅର୍ଥାତ ହେୟାର ଟ୍ରାନ୍ସପ୍ଲାଣ୍ଟରେ ମଣିଷ ପାଗଳ ହୋଇନଥାଏ ।

-ଏକ୍ସପର୍ଟସଙ୍କ କହିବାନୁଯାୟୀ, ହେୟାର ଟ୍ରାନ୍ସପ୍ଲାଣ୍ଟ ପରେ କେଶ ବହୁତ ଝଡିଥାଏ । ଏଥିରେ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଏହି ଟ୍ରିଟମେଣ୍ଟ କାହା କାହା ମଧ୍ୟରେ ସୁଟ କରିଥାଏ କାହାକୁ ସୁଟ କରି ବି ନଥାଏ ।
-ହେୟାର ଟ୍ରାନ୍ସପ୍ଲାଣ୍ଟ ପରେ ହାକୁଟି ଦେଇପାରେ ।
-ତ୍ୱାଚା ଖରାପ ହେବାରେ ବେଳେ-ବେଳେ ହେୟାର ଟ୍ରାନ୍ସପ୍ଲାଣ୍ଟ ଠିକଭାବେ ହୋଇପାରିନଥାଏ । ଯାହା ପ୍ରଭାବରେ ଏହା ମୁଣ୍ଡ ଏବଂ ଆଖିରେ ପଡିପାରେ ।
-ହେୟାର ଟ୍ରାନ୍ସପ୍ଲାଣ୍ଟ କରିବାରେ କୁଣ୍ଡାଇ ହେବା ସମସ୍ୟା ମଧ୍ୟ ଦେଖାଦେଇପାରେ । ଏହା ହେବା ଦ୍ୱାରା ସ୍କାଲ୍ପରେ ପରିବର୍ତ୍ତନ ଆସିପାରେ ।
– ହେୟାର ଟ୍ରାନ୍ସପ୍ଲାଣ୍ଟ କରିବାରେ ଇନଫେକ୍ସନ ହୋଇପାରେ ।

Get real time updates directly on you device, subscribe now.