fbpx

ସ୍ୱାସ୍ଥ୍ୟକର୍ମୀଙ୍କୁ ଏଥର ଉଚିତ୍ ନ୍ୟାୟ ମିଳିବ! ୬ ଘଣ୍ଟା ଭିତରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ: କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଦେଶବ୍ୟପୀ ଆନ୍ଦୋଳନ ଜାରି ରହିଛି । ସାରା ଦେଶର ସ୍ୱାସ୍ଥ୍ୟକର୍ମୀ ପୀଡ଼ିତାଙ୍କୁ ଯଥାଶୀଘ୍ର ଉଚିତ୍ ନ୍ୟାୟ ପାଇଁ ଦାବି କରିବା ସହ ସୁରକ୍ଷାକୁ ନେଇ ମଧ୍ୟ ଦାବି କରିଛନ୍ତି । ତେଣୁ ଏ ନେଇ ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍ୱାସ୍ଥ୍ୟକର୍ମୀଙ୍କ ସହ ହେଉଥିବା ହିଂସା ବିରୋଧରେ ଘଟଣାର ୬ ଘଣ୍ଟା ମଧ୍ୟରେ ଅଭିଯୋଗ ଦାୟର କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏ ନେଇ ସମସ୍ତ ସରକାରୀ ଚିକିତ୍ସା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

ଏମ୍ସ ସମେତ କେନ୍ଦ୍ର ସରକାରଙ୍କ ହସ୍ପିଟାଲର ନିର୍ଦ୍ଦେଶକ ଏବଂ ଚିକିତ୍ସା ଅଧୀକ୍ଷକ ତଥା ଦେଶର ସମସ୍ତ ମେଡିକାଲ କଲେଜର ପ୍ରମୁଖଙ୍ମକୁ ନିର୍ଦ୍ଦେଶ ଜାରି ହୋଇଛି । ଦେଶର ସମସ୍ତ ସରକାରୀ ଚିକିତ୍ସା ସଂସ୍ଥାକୁ ନିର୍ଦ୍ଦେଶ ଦେଇ କେନ୍ଦ୍ର ସରକାର କହିଛନ୍ତି ଯେ, ଡ୍ୟୁଟି ସମୟରେ କୌଣସି ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ହିଂସା ବା ଅନ୍ୟାୟ ହେବାର ୬ ଘଣ୍ଟା ମଧ୍ୟରେ ସଂସ୍ଥାଗତ ମାମଲା ରୁଜୁ କରାନ୍ତୁ । ଏଭଳି ମାମଲାକୁ ନେଇ ମାମଲା ରୁଜୁ କରିବାର ଦାୟିତ୍ୱ ସମ୍ପୃକ୍ତ ସଂସ୍ଥାର ପ୍ରମୁଖଙ୍କ ଉପରେ ରହିବ ବୋଲି କହିଛନ୍ତି କେନ୍ଦ୍ର ସରକାର । ଏହା ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନଙ୍କର ଏକ ପ୍ରମୁଖ ଦାବି ରହିଛି ।

ସୂଚନା ଥାଉ କି, ନିକଟରେ ଚିକିତ୍ସକ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିପକ୍ଷରେ ହିଂସା ଆଦି ଘଟଣା ବୃଦ୍ଧି ପାଇଥିବା ଏହି ନିର୍ଦ୍ଦେଶରେ କୁହାଯାଇଛି । ଅନେକ ସ୍ୱାସ୍ଥ୍ୟକର୍ମୀଙ୍କୁ ଡ୍ୟୁଟି ସମୟରେ ଶାରୀରିକ ହିଂସାର ସାମନା କରିବାକୁ ପଡ଼ିଲେ କିମ୍ବା କୌଣସି ଧମକ ଦିଆଯାଏ ବା ଅପଶବ୍ଦ ବ୍ୟବହାର କରାଯାଉଛି । ଅଧିକାଂଶ ମାମଲାରେ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ଏଭଳି ମାମଲାର ଶିକାର ହେଉଛନ୍ତି ।

Get real time updates directly on you device, subscribe now.