fbpx

ଜୁଲାଇ ୧ ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ସକାଳ ୯ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ପଞ୍ଜିକରଣ, ଜନତା କହିବେ ସମସ୍ୟା…

Advertisement

ଓଡିଶା ଭାସ୍କର: ଆସନ୍ତା ସୋମବାର ଦିନଠୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିବେ । ତାହାସହ ସେମାନଙ୍କ ସମସ୍ୟାର ସାମାଧାନ କରାଯିବ । କେଉଁଠି ମୁଖ୍ୟମନ୍ତ୍ରୀ ବସିବେ ତାହା ଏଯାଏଁ ସ୍ଥିର ହୋଇ ନ ଥିଲେ ବି ଏହା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇପାରେ ବୋଲି ଜଣା ପଡିଛି । ସେଥିପାଇଁ ସାଧାରଣ ପ୍ରଶାସନ ବିଭାଗ ସ୍ଥିତିର ଅନୁଧ୍ୟାନ କରିଛି । ଜିଏ ବିଭାଗର ସଚିବ ସୁରେନ୍ଦ୍ର କୁମାର ନିଜେ ଉପସ୍ଥିତ ରହି ଏସବୁ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବସିବାସ୍ଥାନ ଓ ଲୋକମାନେ କେଉଁଠି ବସିବେ, ସବୁର ତଦାରଖ କରିଛି ସାଧାରଣ ପ୍ରଶାସନ ବିଭାଗ ।

ଅଭିଯୋଗ ଶୁଣାଣି ସମୟରେ ମୋଟ ୩୦ ଜଣ ଲୋକ ପ୍ରତିଦିନ ବସିପାରିବେ । ସେଥିପାଇଁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ୨ ଟି ଗେଟ ମଧ୍ୟ ଦେଇ ଲୋକେ ଯିବା ଆସିବା କରିବେ । ଅଭିଯୋଗ ପାଇଁ ସକାଳ ୯ ଟାରୁ ପଞ୍ଜିକରଣ ଆରମ୍ଭ ହୋଇ ଦିନ ୧୨ ଟାରେ ସରିବ । ଆଗ୍ରହୀ ବ୍ୟକ୍ତିମାନେ ପଞ୍ଜିକରଣ କରି ତାଙ୍କର ସମସ୍ୟାକୁ ମୁଖ୍ୟମନ୍ତ୍ରୀଙ୍କଠାରେ ଉପସ୍ଥାପନା କରି ପାରିବେ । ଏଥିପାଇଁ ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ କାମ ଶେଷ କରିବାକୁ ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି ରାଜ୍ୟ ସରକାର ।

Get real time updates directly on you device, subscribe now.