fbpx

ମୋଦୀ ସରନେମ୍ ନେଇ ମାନହାନୀ ମାମଲା: ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ଦେଇଛନ୍ତି ସୁରତ ସେସନ୍ସ କୋର୍ଟ । ମୋଦୀ ସରନେମ୍ ନେଇ ମାନହାନୀ ମାମଲାରେ ରାହୁଲଙ୍କୁ ଜାମିନ ମିଳିଛି । ଏହା ସହ ଏପ୍ରିଲ ୧୩ ପର୍ଯ୍ୟନ୍ତ ରାହୁଲଙ୍କ ଜାମିନ ଅବଧି ବୃଦ୍ଧି କରିଛନ୍ତି କୋର୍ଟ । ମେ’ ୩ରେ ରାହୁଲଙ୍କ ମାମଲାର ପରବର୍ତ୍ତୀ ଶୁଣାଣି କରିବେ କୋର୍ଟ । ତେବେ ଏହି ମାମଲାରେ କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ  । ଜେଲ ଦଣ୍ଡାଦେଶ ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି ।

ତେବେ ରାହୁଲ ଗାନ୍ଧୀ ମଧ୍ୟ ଶୁଣାଣି ପାଇଁ ସୁରତ କୋର୍ଟ ପହଞ୍ଚିଥିଲେ । ରାହୁଲ ଗାନ୍ଧୀଙ୍କ ସହିତ ତାଙ୍କ ଭଉଣୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସୁରତ ପହଞ୍ଚିଥିଲେ । ଏହା ସହ କଂଗ୍ରେସ ଶାସିତ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ଗୁଜୁରାଟରେ ପହଞ୍ଚିଥିଲେ ।

Get real time updates directly on you device, subscribe now.