fbpx

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୫ କଳାକାରଙ୍କ ସମେତ ୬ ଜଣ ଆହତ, ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ: ଭୁବନେଶ୍ୱରରୁ ତାଳଚେର ଯିବା ବାଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏନ୍ ଏଚ୍ ୫୫ ମହିଷାପାଟ ଛକ ନିକଟ ରାସ୍ତାରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଯାଇଛି । ଏକ ସ୍କର୍ପିଓକୁ ଧକ୍କା ଦେଇ ଟ୍ରେଲର ନିକଟସ୍ଥ ହୋଟେଲ ଭିତରକୁ ପଶିଯାଇଛି । ଫଳରେ ସ୍କର୍ପିଓରେ ଯାଉଥିବା ୫ ଜଣ କଳାକାରଙ୍କ ସମେତ ଦୁର୍ଘଟରାରେ ମୋଟ ୬ ଜଣ ଆହତ ହୋଇଛନ୍ତି । ତେବେ ଦାଣ୍ଡିଆ ନାଇଟ ପାଇଁ ଏହି କଳାକାର ମାନେ ଭୁବନେଶ୍ୱରରୁ ତାଳଚେର ଅଭିମୁଖେ ଯାଉଥିବା ଜାଣିବାକୁ ମିଳିଛି । ତେବେ ଆହତ ୬ ଜଣ ଯାତ୍ରୀଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.