ଆଉ 3 ଦିନ ପରେ ନିସ୍ତାର ନାହିଁ…ଜଳିବ ଓଡ଼ିଶା, 40 ଛୁଇଁବ ତାପମାତ୍ରା
ପାଣିପାଗ ବିଭାଗର ପୂର୍ବାନୁମାନ । 40 ଡିଗ୍ରୀ ଛୁଇଁବ ତାପମାତ୍ରା ।
ଭୁବନେଶ୍ବର: ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ରର ପୂର୍ବାନୁମାନ । 12 ତାରିଖ ପରେ 40 ଡିଗ୍ରୀ ଛୁଇଁବ ତାପମାତ୍ରା ।
12ରୁ 16 ତାରିଖ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି 40 ଡିଗ୍ରୀରୁ ଅଧିକା ରହିବ । ସେହିପରି ଉପକୂଳ ଓଡ଼ିଶାର ଗୋଟିଏ ବା ଦୁଇଟି ସ୍ଥାନରେ 38 ଡିଗ୍ରୀ ହୋଇପାରେ ବୋଲି ଆକଳନ କରାଯାଇଛି ।
ଯଦି ତାପମାତ୍ରା କଥା ଦେଖିବା ତେବେ ଗତକାଲି ସବୁଠାରୁ ଉତ୍ତପ୍ତ ରହିଥିଲା ବୌଦ୍ଧ । ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ 38 ଡିଗ୍ରୀ ରହିଥିଲା । ସେହିପରି ବଲାଙ୍ଗିରରେ 37.5, ସମ୍ବଲପୁରରେ 36.9, ଝାରସୁଗୁଡାରେ 36.8 ରେକର୍ଡ କରାଯାଇଛି ।
ଡ. ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ, 15ରୁ 18 ତାରିଖ ଭିତରେ ଉପକୂଳ ଓଡ଼ିଶା ଏବଂ ଏହାର ସଂଲଗ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ମଧ୍ୟ ହୋଇପାରେ । ତେବେ ଆଜି ଏବଂ କାଲି ଭିତରେ ମୟୂରଭଞ୍ଜ ଏବଂ କେନ୍ଦୁଝରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ ।
ଅନ୍ୟପଟେ ଶୁକ୍ରବାର ଦିନ ଫୁଲବାଣୀରେ ତାପମାତ୍ରା 10 ଡିଗ୍ରୀ ତଳକୁ ଖସି ଆସିଥିଲା । ଝାରସୁଗୁଡା ଏବଂ ରାଉରକେଲାରେ ମଧ୍ୟ ରାତି ତାପମାତ୍ରାରେ ହ୍ରାସ ଦେଖାଯାଇଥିଲା ।