ଭୁବନେଶ୍ବର: ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଛି । ତାପମାତ୍ରା 44 ଡିଗ୍ରୀ ଉପରେ ରହୁଛି । ଯାହା ଫଳରେ ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଥିବା ଦେଖାଯାଇଛି ।
ତେବେ ଆହୁରି 2ଦିନ ଏପରି ଛଟପଟ ହେବ ଓଡ଼ିଶା । ଦୁଇ ଦିନ ପାଇଁଁ ରାଜ୍ୟକୁ ହିଟଓ୍ବେଭ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ସୋନପୁରକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । କିଛି କିଛି ସ୍ଥାନରେ ପ୍ରବଳ ଗରମ ଯୋଗୁଁ ଅସ୍ବାଭାବିକ ସ୍ଥିତି ଉପୁଜିପାରେ ବୋଲି ମଧ୍ୟ କୁହାଯାଇଛି ।
ତେବେ ଆସନ୍ତା 27 ତାରିଖରୁ କାଳବୈଶାଖୀ ବର୍ଷା ହେଇପାରେ । ବର୍ଷା ଏକ ପ୍ରକାର ଆଶ୍ବସ୍ତି ଆଣିବା ନେଇ ଆଶା କରାଯାଉଛି ।
ତେବେ କିଛି ଦିନ ବର୍ଷା ହେବା ପରେ ପୁଣିଥରେ ମେ ପହିଲାରୁ ଖରା ହେବା ନେଇ କୁହାଯାଇଛି । ପ୍ରକାଶଥାଉକି, ଗୁରୁବାର ରାଜ୍ୟର 16ଟି ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ପାର୍ କରିଥିଲା । ସେଥିମଧ୍ୟରୁ 13 ସ୍ଥାନରେ ପାରଦ 42 ଡିଗ୍ରୀ ରହିଥିଲା ।
ତେବେ ଏହି ଗ୍ରୀଷ୍ମପ୍ରବାହ 25 ଏବଂ 26 ତାରିଖ ଯାଏଁ ଜାରି ରହିବା ନେଇ କୁହାଯାଇଛି । ଭୀଷଣ ଗ୍ରୀଷ୍ମ ପ୍ରବାହ କଲବଲ କରିପାରେ ।