କାଲିଠୁ ରାଜ୍ୟରେ ପୁଣି ଗ୍ରୀଷ୍ମପ୍ରବାହ, ୨ରୁ ୪ ଡିଗ୍ରୀ ବଢ଼ିଯିବ ତାପମାତ୍ରା!

ଭୁୁବନେଶ୍ୱର: କାଳବୈଶାଖୀ ପରେ ପରେ ରାଜ୍ୟରେ ତାପମାତ୍ରା ଧିରେ ଧିରେ ବଢ଼ିବାରେ ଲାଗିଛି । କାଲିଠୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ପୁଣି ହେବ ବୋଲି ସତର୍କ କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ପୁଣି ବଢ଼ିବ । ଆଗାମୀ ୩ ଦିନ ପାଇଁ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ତେବେ ଦିନ ସମେତ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । ୨ ତାରିଖ ବେଳକୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।