ଭୁବନେଶ୍ୱର: ଆସନ୍ତା ୭ ତାରିଖ ପରେ ରାଜ୍ୟରେ ବଢିବ ତାତି। ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ରହିଛି। ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରାଯାଇଛି।
ସୂଚନା ମୁତାବକ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକାଙ୍କ ଏ ନେଇ ସୂଚନା ରହିଛି। ଆହୁରି ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ତାଣ୍ଡବ ରଚିବ। ୪୦ ରୁ ୫୦କିମି ପବନ ବହିବାର ସମ୍ଭାବନା ରହିଛି।
ଏବେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। କେବଳ ବର୍ଷା ହେଉଛି ତାହା ନୁହେଁ, ପ୍ରବଳ ପବନ ସାଙ୍ଗକୁ କୁଆପଥର ମଧ୍ୟ ମାଡ଼ ହେଉଛି।
ଆଉ ବର୍ଷା ସମୟରେ ବଜ୍ରାଘାତରେ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ଆଉ ଏହାରି ଭିତରେ ଆଜି ପାଇଁ ୧୫ ଜିଲ୍ଲାକୁ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ସାଧାରଣ କାଳବୈଶାଖୀ ନୁହେଁ, ବରଂ ଏହି ୧୫ ଜିଲ୍ଲାକୁ ବିପଦଜନକ କାଳବୈଶାଖୀ ହେବାର ସମ୍ଭାବନା ରହିଛି।
ଆଉ ସେହି ସବୁ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି। ସେହି ସବୁ ଜିଲ୍ଲା ଗୁଡ଼ିକ ହେଲା, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ାରେ କାଳବୈଶାଖୀ ସମ୍ଭାବନା ରହିଛି।