‘ବଡ ରକମ ଜୋରିମାନା ଲଗାଇବା ଉଚିତ’, କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ନେଇ ଯାଚିକାକର୍ତ୍ତାଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ହାଇକୋର୍ଟରେ କରାଯାଇଥିବା ଆବେଦନ ଉପରେ ଆଜି ଶୁଣାଣୀ ହୋଇଛି । ମାମଲାର ଶୁଣାଣୀ କରି କୋର୍ଟ ଯାଚିକାକର୍ତ୍ତାଙ୍କୁ ଜୋରଦାର ଭର୍ତ୍ସନା କରିଛନ୍ତି ଓ ଚେତାବନୀ ବି ଦେଇଛନ୍ତି । କୋର୍ଟ କହିଛନ୍ତି ପବ୍ଲିସିଟି ଲାଗି ଏସବୁ କରାଯାଉଛି । ଆହୁରି କୋର୍ଟ କହିଛନ୍ତି କି ଏପରି ଯାଚିକାକର୍ତ୍ତାଙ୍କ ଉପରେ ମୋଟା ରକମର ଜୋରିମାନା ଲାଗିବା ଉଚିତ । ଏଠାରେ ସୂଚାଇ ଦିଆଯାଇପାରେ କି ଆପ୍‌ର ପୂର୍ବତନ ବିଧାୟକ ସନ୍ଦୀପ କୁମାର ମଦ ଦୁର୍ନିତୀ ମାମଲାରେ କେଜ୍ରିୱାଲ ଜେଲ୍ ଯିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ କୋର୍ଟରେ ଯାଚିକା ଦାଖଲ କରିଥିଲେ ।

ଏହି ଯାଚିକାର ଶୁଣାଣୀ ସମୟରେ ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ଯାଚିକାକୁ ମୁଖ୍ୟ ବିଚାରପତି ମନମୋହନଙ୍କ କୋର୍ଟକୁ ପଠାଇବା ସହ କଡା ଟିପ୍ପଣୀ କରିଛନ୍ତି । ବିଚାରପତି କହିଛନ୍ତି ଏହା କେବଳ ପବ୍ଲିସିଟି ପାଇଁ କରାଯାଉଛି । ମାମଲାକୁ ଅନ୍ୟ ପୀଠକୁ ପଠାଇଦେବା ସହ ବିଚାରପତି କହିଛନ୍ତି ମୁଁ ଶୁଣାଣୀ କରିଥିଲେ ଯାଚିକାକର୍ତ୍ତାଙ୍କ ଉପରେ ବଡ ରକମର ଜୋରିମାନା ଲଗାଇ ଦେଇଥାନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ଗିରଫ ହୋଇ କେଜ୍ରିୱାଲ ଏବେ ନ୍ୟାୟିକ ହେପାଜତରେ ତିହାର ଜେଲ୍‌ରେ ଅଛନ୍ତି । କେଜ୍ରିୱାଲଙ୍କ ଗିରଫ ପରେ ଦଳ ଲଗାତର ବିଜେପି ବିରୁଦ୍ଧରେ ପ୍ରଦର୍ଶନ କରିଆସୁଛି ।

Get real time updates directly on you device, subscribe now.