fbpx

ଓଡ଼ିଶାରେ ଗରମ ଅସମ୍ଭାଳ: ୪୪ ଡିଗ୍ରୀ ଟପିଲା ଦୁଇ ସହର, ୪୦ ଡିଗ୍ରୀ ଉପରେ ରାଜ୍ୟର ୧୮ଟି ସହରର ତାପମାତ୍ରା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ର ତାପରେ କଲବଲ ହେଉଛନ୍ତି ରାଜ୍ୟବାସୀ । ପରିସ୍ଥିତି ଏପରି ହୋଇଛି ଜନସାଧାରଣ ପ୍ରବଳ ଗରମରେ ଘରୁ ବାହାରକୁ ଗୋଡ଼ କାଢ଼ି ପାରୁନାହାନ୍ତି । ତେବେ କିଛି ଦିନର ନିରବତା ପରେ ପୁଣି ରାଜ୍ୟରେ ଗରମର ତାଣ୍ଡବର ଦେଖିବାକୁ ମିଳିଛି । ଏହା ମଧ୍ୟରେ ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପି ଯାଇଛି । ଏପରିକି ୫ଟି ସହରର ତାପମାତ୍ରା ୪୩ ଟି ଅତିକ୍ରମ କରିଛି ।

ଜଣାପଡ଼ିଛି ଯେ, ରାଜ୍ୟର ଦୁଇ ସହର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର ତାପମାତ୍ରା ୪୪ ଡିଗ୍ରୀରେ ପହଞ୍ଚିଛି । ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରର ମାନ୍ୟତା ପାଇଛି । ବାଲେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ ରହିଥିବା ବେଳେ ଅନୁଗୋଳ ୪୨.୧, ସମ୍ବଲପୁରର ୪୨.୬, ଟିଟିଲାଗଡ଼ର ୪୨.୫, ମାଲକାନଗିରିର ୪୧, ବୌଦ୍ଧର ୪୨.୫, ହୀରାକୁଦର ୪୨, ତାଳଚେରର ୪୨.୫, ଭବାନିପାଟଣାର ୪୦, ବଲାଙ୍ଗିରର ୪୩.୨, ପାରଳାଖେମୁଣ୍ଡିର ୪୧.୫, ଯାଜପୁରର ୪୦, ବରଗଡ଼ର ୪୩.୫, ଦେବଗଡ଼ର ୪୨.୮, ନୂଆପଡ଼ାର ୪୧.୪ ଡିଗ୍ରୀ ସେଲସିୟସ୍ ରହିଛି ।

ସେହିପରି ନବରଙ୍ଗପୁରରେ ୩୬, ଖୋର୍ଦ୍ଧାରେ ୩୭.୫, ଜଗତସିଂହପୁରରେ ୩୬.୭, କେନ୍ଦ୍ରାପଡ଼ାରେ ୩୬.୨, ଢେଙ୍କାନାଳରେ ୩୯, ଛତ୍ରପୁରରେ ୩୫, ଭଦ୍ରକରେ ୩୮.୫, ନୟାଗଡ଼ରେ ୩୯, ଦାରିଙ୍ଗବାଡ଼ିରେ ୩୫, କେନ୍ଦୁଝରରେ ୩୯.୪ କୋରାପୁଟରେ ୩୪, ଫୁଲବାଣୀରେ ୩୮.୪, ପାରାଦୀପରେ ୩୩.୮, ପୁରୀରେ ୩୩.୨ ଭୁବନେଶ୍ୱରରେ ୩୭.୬ ଡିଗ୍ରୀ ସେଲସିୟସ୍ ରହିଛି ।

Get real time updates directly on you device, subscribe now.