fbpx

ତାଲିବାନକୁ ଭୟଙ୍କର କ୍ଷତି ପହଞ୍ଚାଇଲା ARC

Advertisement

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିଥିବା ବେଳେ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ ଏକାକୀ ସଂଗ୍ରାମ ଜାରି ରଖିଛନ୍ତି । ସଲେହଙ୍କ ନେତୃତ୍ୱରେ ପଞ୍ଜଶୀର ପ୍ରଦେଶର ଆଫଗାନିସ୍ତାନ ରେଜିଷ୍ଟାନ୍ସ କାଉଣ୍ଟରଆଟାକ (ARC) ଏହାର ସଂଗ୍ରାମ ଜାରି ରଖିଛି । ସଲେହଙ୍କ ଉଦ୍ୟମ ଫଳରେ ପଞ୍ଜଶୀର ଏକମାତ୍ର ସ୍ୱାଧୀନ ପ୍ରଦେଶ ରହିଛି ଏବଂ ତାଲିବାନ ଏକଛତ୍ରବାଦ ବିରୋଧରେ ଏହାର ସଂଗ୍ରାମ ଜାରି ରଖିଛି । ଆତଙ୍କୀ ଗୋଷ୍ଠୀ ତାଲିବାନ ବିରୋଧୀ ଏହି ଲଢେଇରେ ଆର୍କକୁ ବଡ ସଫଳତା ମିଳିଛି ।

ପଞ୍ଜଶୀରରେ ଚାଲିଥିବା ଲଢେଇରେ କାପିସା ଓ ଖୋସ୍ତରେ ଆର୍କକୁ ବୃହତ ବିଜୟ ମିଳିଛି । କାପିସା ପ୍ରଦେଶର ସାଞ୍ଜାନ ଏବଂ ବାଘଲାନର ଖୋସ୍ତ ୱା ଫେରେଙ୍ଗରେ ଉଭୟ ଦଳ ମଧ୍ୟରେ ଲଢେଇ ହୋଇଥିବା ବେଳେ ଆର୍କ ବିଜୟୀ ହୋଇଛି । ଏହା ସହିତ କେୟାର ଟେକର ରାଷ୍ଟ୍ରପତି ଅମରୁଲ୍ଲା ସଲେହ କାବୁଲ ବିସ୍ଫୋରଣକୁ ନିନ୍ଦା କରିଛନ୍ତି । ଗୁରୁବାର କାବୁଲ ବିମାନ ବନ୍ଦର ବାହାରେ ଘଟିଥିବା ବିସ୍ଫୋରଣ ମାନବବାଦ ପ୍ରତି ଅବମାନନା ବୋଲି ସଲେହ କହିଛନ୍ତି । ତାଲିବାନ ବିପକ୍ଷରେ ଏହି ଲଢେଇ କେବଳ ପଞ୍ଜଶୀର ପାଇଁ ନୁହେଁ ବରଂ ସମଗ୍ର ଆଫଗାନିସ୍ତାନ ପାଇଁ ବୋଲି ସଲେହ କହିଛନ୍ତି ।

Get real time updates directly on you device, subscribe now.