fbpx
BSKY
BJD YOUTH SKY
BJD MS SKY

ଆଜିଠାରୁ ରାଜ୍ୟରେ ବର୍ଷାର ତାଣ୍ଡବ, ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜିଠାରୁ ବର୍ଷାର ପ୍ରକୋପ ଦେଖିବାକୁ ମିଳିବ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖାଦେବାକୁ ଥିବା ପରିବର୍ତ୍ତନ ପ୍ରଭାବରେ ଚାଷୀଭାଇମାନେ ବିଶେଷ ଭାବେ ପ୍ରଭାବିତ ହୋଇପାରନ୍ତି । ୧୪ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି, କୁଆପଥର ମାଡ଼ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ କୁଆପଥର ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଚାଷୀଭାଇଙ୍କୁ ସତର୍କ କରିଦିଆଯାଇଛି । ବର୍ଷା ପୂର୍ବରୁ ଅମଳ ସାଇତିବା ସହ ରବି ଫସଲ ବୁଣାବୁଣି ନ କରିବାକୁ ପୂର୍ବରୁ ପରାମର୍ଶ ଦିଆଯାଇଛି ।

ଏହି ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାକୁ ୧୨ରୁ ୧୪ ପର୍ଯ୍ୟନ୍ତ ତିନିଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ମୟୁରଭଞ୍ଜ ରହିଛି । ୧୩ ତାରିଖ ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୁଭରଞ୍ଜ, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୧୪ ତାରିଖ ଦିନ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ତାପମାତ୍ରା ୧୭ ଡିଗ୍ରୀକୁ ଖସିବା ପହ ମେଘୁଆ ପାଗ ସହ ବିଜୁଳି, ଘଡ଼ଘଡ଼ି ବର୍ଷା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.