fbpx

ଭୁସ୍ଖଳନରେ ଚାଲିଗଲା ଘରର ୪ ଝିଅଙ୍କ ଜୀବନ

ହରିୟାଣା: ଭୁସ୍ଖଳନ କାରଣରୁ ୪ ଜଣ ଝିଅଙ୍କ ମୃତ୍ୟୁ ହୋଇଯାଇଛି । ଏହି ଭଳି ଏକ ଘଟଣଶ ଘଟିଛି ହରିୟାଣାର କଙ୍ଗରକା ଗାଁରେ । ସୋମବାର ଦିନ ସନ୍ଧ୍ୟାରେ ଏହି ୪ ଜଣ ଝିଅ ଘର ପାଇଁ ମାଟି ଆଣିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଯାଇଛି । ମାଟି ଆଣିବା ସମୟରେ ମାଅଟି ଅତଡ଼ା ଖସିବା ଫଳରେ ତା ତଳେ ଦବି ଯାଇ ଏମାନଙ୍କର ମୁତ୍ୟୁ ହୋଇଯାଇଛି ।

ସୂଚନା ଯେ, ଭୁସ୍ଖଳନ ପରେ ମାଟି ତଳୁ ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକମାନେ ପୀଡ଼ିତା ମାନଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି । ପୋଲିସ୍ ମଧ୍ୟ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ କରୁଛି । ମୃତକ ମାନେ ହେଲେ ଭକିଲା(୧୯), ଜନିସ୍ତା(୧୮), ତାସଲିମା(୧୦) ଓ ଗୁଲାଫ୍ସା(୯) ।

Get real time updates directly on you device, subscribe now.