fbpx

ତାମିଲନାଡୁରେ ଥମିବାର ନାଁ ନେଉନି ବର୍ଷା, ଜଳବନ୍ଦୀରେ ଶତାଧିକ ଲୋକେ

ଚେନ୍ନାଇ: ତାମିଲନାଡୁରେ ଭୀଷଣ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି । ରାସ୍ତାରେ ପାଣି ଜମି ରହିଥିବାରୁ ଲୋକେ ଘରୁ ବାହାରି ପାରୁନଥିବା ସହ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ଉପୁଜିଛି । ପିଲାମାନେ ସ୍କୁଲ, କଲେଜ ଯାଇ ପାରୁନାହାନ୍ତି କି ଲୋକେ ଅଫିସ ବା କର୍ମକ୍ଷେତ୍ରକୁ ଯିବାରେ ଅଶୁବିଧା ଭୋଗ କରୁଛନ୍ତି । ଲୋକେ ଯିବା ଆସିବା ପାଇଁ ଡଙ୍ଗାର ସହାୟତା ନେଉଛନ୍ତି ।

ଆଜି ତାମିଲନାଡୁର ମୈଲାଦୁଥୁରାଇ ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ଲୋକେ ଅନେକ ଅଶୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶ୍ରୀକାଜିହୀ ସହରକୁ ସୋମବାର ଦିନ ଅର୍ଥାତ ଆଜି ଯିବେ ବୋଲି ନିର୍ଦ୍ଧାରଣ କରିଛନ୍ତି । ତେବେ ସେଠାରେ ପ୍ରବଳ ବର୍ଷା ପାଇଁ ହୋଇଥିବା କ୍ଷୟକ୍ଷତିକୁ ଭରଣ କରିବା ଅଭିମୁଖେ ମୁଖ୍ୟମନ୍ତ୍ରୀ ଯାତ୍ରା କରିବେ । ଶ୍ରୀକାଜିହୀ ବର୍ଷାର ରେକର୍ଡ କରିଛି ୪୪ ସେଣ୍ଟିମିଟର ଯାହାଦ୍ୱାରା ଲୋକମାନଙ୍କ ଜୀବନ ସହ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି ।
ତେବେ ସେଠାର ପାଣିପାଗ ବିଭାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ଯେ, ଲୋପ୍ରେସରଟି ଦକ୍ଷୀଣ ବଙ୍ଗୋପସାଗର ସଂଲଗ୍ନ ଆଣ୍ଡାମାନରେ ନଭେମ୍ବର ୧୬ ପର୍ଯ୍ୟନ୍ତ ରହିବ । କିନ୍ତୁ ବର୍ଷାର ପ୍ରଭାବ ଆସନ୍ତା ରବିବାର ଯାଏଁ କିଛି କିଛି ଅଂଚଳରେ ଦେଖାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.