ଆଲର୍ଟ ଜାରି, ୨୪ ଘଣ୍ଟାରେ ପ୍ରବଳ ଛେଚିବ, ୫ ଦିନ ଯାଏଁ ଓଡ଼ିଶାବାସୀଙ୍କୁ ନିସ୍ତାର ନାହିଁ

ରାଜ୍ୟରେ ଆହୁରି ୫ ଦିନ ବର୍ଷା ଓ୍ୱାର୍ଣ୍ଣିଂ।

ଭୁବନେଶ୍ୱର: ପଛକୁ ପଛ ଲଘୁଚାପ। ବର୍ଷାରେ ବେହାଲ ଗାଁଠୁ ସହର। ରାଜ୍ୟରେ ଆହୁରି ୫ ଦିନ ବର୍ଷା ଓ୍ୱାର୍ଣ୍ଣିଂ। ପାଣିପାଗ ବିଭାଗର ପୂର୍ବାନୁମାନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ।

ଫଳରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉତ୍ତର ଓ ଉପକୂଳ ଓଡ଼ିଶାରେ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ନେଇ ମଧ୍ୟ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏହାସହ ୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ୱଲପୁର ଓ ଦେବଗଡ଼ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏହାସହ ୮ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଅରେଞ୍ଜ ଆଲର୍ଟରେ ରହିଛି ନବରଙ୍ଗପୁର, କୋରାପୁଟ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ପୁରୀ।