ବଦଳିଗଲା ରାଜଧାନୀ ଦିଲ୍ଲୀ ନକସା, ବିଶାଳ ଗଛ; ଇଲେକ୍ଟ୍ରି ଖୁଣ୍ଟ ଛକିଲା ରାସ୍ତା
ଦିଲ୍ଲୀରେ ପ୍ରବଳ ବର୍ଷା । ଲୋକେ ହେଲେ ହନ୍ତସନ୍ତ ।
ନୂଆଦିଲ୍ଲୀ: ଝଡ଼ବର୍ଷା ଯୋଗୁ ବଦଳିଯାଇଛି ରାଜଧାନୀ ଦିଲ୍ଲୀର ଚିତ୍ର । କାଲି ରାତିରେ ଦିଲ୍ଲୀରେ ଝଡ଼ ବର୍ଷା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୧ ଜଣ ଆହତ ହୋଇଥିବା ଖବର ପ୍ରକାଶ ପାଇଛି ।
ଗାଜିଆବାଦରେ ବର୍ଷା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀ ସମେତ ଗ୍ରେଟର ନୋଏଡାରେ ବିପର୍ଯ୍ୟୟସ୍ଥିତି ଉପୁଜିଥିଲା । ସନ୍ଧ୍ୟା ୭ଟା ୫୦ ମିନିଟ ବେଳକୁ ଦୃତ ବେଗରେ ପବନ ବହିବା କାରଣରୁ କିଛି ସ୍ଥାନରେ ଇଲେକ୍ଟ୍ରିକ୍ ପୋଲ ଖସି ପଡ଼ିଥିଲା ।
ଉତ୍ତର-ପୂର୍ବ ଦିଲ୍ଲୀରେ ଗଛ ପଡ଼ି ଜଣେ ୨୨ ବର୍ଷିୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ସେହିପରି କଶ୍ମୀର ଗେଟ୍ ଅଞ୍ଚଳରେ ବାଲକୋନୀ ଖସିପଡ଼ିବା କାରଣରୁ ୫୫ ବର୍ଷୀୟ ବ୍ୟକ୍ତି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ରାସ୍ତା ଗାଡ଼ି ମଟର ପୁରେ ଇଲେକ୍ଟ୍ରି ଖୁଣ୍ଟ, ଗଛ ପଡ଼ି ରାସ୍ତା ଅବରୋଧ ହୋଇଯାଇଛି । ଫଳରେ ସାଧାରଣ ଲୋକଙ୍କ ଗମନାଗମନ ବାଧାପ୍ରାପ୍ତ ହୋଇଛି ।