fbpx

୧୦ ଜିଲ୍ଲା ସାବଧାନ୍!

ଭୁବନେଶ୍ୱର,୧୩ ।୧୦ (ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ ସ୍ଥଳଭାଗରେ ପ୍ରବେଶ କରିଛି । ଆନ୍ଧ୍ରପ୍ରଦେଶ ଉପକୂଳ କାକିନାଡାଠାରେ ଏହା ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହୋଇଛି । ପ୍ରବଳ ବର୍ଷା ନେଇ ଆସନ୍ତାକାଲି ସକାଳ ଯାଏଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୧୦ଟି ଜିଲ୍ଲା ଯଥା- ଗଞ୍ଜାମ, ଗଜପତି, ରାୟଗଡା, ଖୋର୍ଦ୍ଧା, ପୁରୀ, ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ । ଏହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ତାଜା ଅପଡେଟ୍ ଦିଆଯାଇଛି ।

Get real time updates directly on you device, subscribe now.