fbpx

ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ନିୟମ କୋହଳ କଲେ ରାଜ୍ୟ ସରକାର: ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ନୂଆ ନିୟମ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଉଚ୍ଚ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଆଗକୁ ଆସିଛନ୍ତି । ଆଗାମୀ ଦିନମାନଙ୍କରେ ରାଜ୍ୟବାସୀ କିଭଳି ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ, ରାଜ୍ୟରେ କିପରି ଅଧିକ ଘରୋଇ ପୁଞ୍ଜି ନିବେଶ ହୋଇପାରିବେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେତେକ ନିୟମରେ ସରଳୀକରଣ କରାଯାଇଛି ।

ପୂର୍ବରୁ ଡି-ଫାର୍ମ, ଏମ-ଫାର୍ମ, ଡିଏମଏଟି, ଡିଏମଆରଟି, ପିଜିଓଥେରାପି, ଅକ୍ୟୁପେସନାଲ ଥେରାଭଳି ଭଳି ପାଠ୍ୟକ୍ରମ ଖୋଲିବା ପାଇଁ ନାନାବିଧ ସମସ୍ୟା ସାମ୍ନା କରିବାକୁ ପଡ଼ୁଥିଲା । ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନର ଆବଶ୍ୟକତା ଥିଲେ ହେଁ ସରକାରୀ ନୀତି ନିୟମ ପାଇଁ ଅନେକ ଲୋକ ଏ କ୍ଷେତ୍ରରେ ପଛଘୁଞ୍ଚା ଦେଉଥିଲେ । ଏହିସବୁ ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ପୂର୍ବରୁ ପାଇଁ ‘ନୋ-ଅବଜେକସନ’ ଅନୁମତି ସାର୍ଟିଫିକେଟ ପ୍ରଦାନ କରିବାକୁ ପଡ଼ୁଥିଲା । ଏହି ସାର୍ଟିଫିକେଟ ପ୍ରଦାନ ପ୍ରକ୍ରିୟା ରାଜ୍ୟ ସରକାର ଏବେ ସହଜ ଓ ସରଳ କରିଥିବା ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।

ତେବେ ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ନିୟମରେ ସରଳୀକରଣ କରାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି କୁହାଯାଇଛି । ଏଣିକି ଏହିସବୁ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଆବେଦନକାରୀଙ୍କୁ ଜିଆଇଏସ ଓ ଗ୍ୟାପ୍ ଆନାଲିସିସ୍ ତଥ୍ୟ ଦେବାକୁ ପଡ଼ିବ ନାହିଁ । ମେଡିକାଲ, ପାରାମେଡିକାଲ, ନର୍ସିଂ ବା ଆନୁଷଙ୍ଗିକ ବିଜ୍ଞାନ ବିଷୟରେ ଜ୍ଞାନ ଥିବା ବିଶେଷଜ୍ଞ କମିଟି ଏହି ଶିକ୍ଷାନୁଷ୍ଠାନଗୁନିକର ଭିତ୍ତିଭୂମି ଓ ଦକ୍ଷତାର ଆକଳନ କରିବେ । ଏ କ୍ଷେତ୍ରରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡିଓ ଓ ତହସିଲଦାରଙ୍କ ଆବଶ୍ୟକତା ପଡ଼ିବ ନାହିଁ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ଅଧିକ କୁଶଳୀ ଓ ତାଲିମପ୍ରାପ୍ତ ମାନବସମବଳ ସୃଷ୍ଟି ହୋଇପାରିବେ ବୋଲି ଆଶା କରାଯାଉଛି ।

 

Get real time updates directly on you device, subscribe now.