ଉତ୍ତରାଖଣ୍ଡ: ଆର୍ଯ୍ୟାନ ଏଭିଏସନର ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ । ଗୁପ୍ତକାଶୀକୁ ଯାଉଥିବା ସମୟରେ କେଦାରନାଥ ନିକଟରେ ଥିବା ଗୌରୀକୁଣ୍ଡ ଜଙ୍ଗଲରେ ଘଟିଯାଇଛି ଏହି ଦୁର୍ଘଟଣା।
ଏଥିରେ ପାଇଲଟଙ୍କ ସମେତ 7ଜଣ ଯାତ୍ରୀ ଥିବାବେଳେ ସମସ୍ତଙ୍କର ମୃତ୍ୟୁ ଘଟିଛି।
ଖରାପ ପାଗ ପାଇଁ ହେଲିକପ୍ଟର କ୍ରାସ ହୋଇଥିବା ଅନୁମାନ କରାଯାଉଥିବାବେଳେ ଦୁର୍ଘଟଣାସ୍ଥଳରେ ରେସକ୍ୟୁ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି।