ଅଙ୍କାରା: ତୁର୍କୀର ସାଉଥ୍ୱେଷ୍ଟରେ ଥିବା ଏକ ଡାକ୍ତରଖାନାରେ ହେଲିକପ୍ଟର ଦୁର୍ଘଟଣା ଘଟିଛି । ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ଭିତରେ ୨ ଜଣ ପାଇଲଟ, ଜଣେ ଡାକ୍ତର ଏବଂ ଜଣେ ହେଲିକପ୍ଟର କର୍ମଚାରୀ ଥିବା ସୂଚନା । କୁହୁଡ଼ି କାରଣରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା । ଟେକ୍-ଅଫ୍ ସମୟରେ ହସ୍ପିଟାଲର ବିଲ୍ଡିଂରେ ଫସିଯିବା କାରଣୁ ଦୁର୍ଘଟଣା ଘଟିଥିବା ପ୍ରୋଭିନ୍ସିଆଲ ଗଭର୍ନର ଇଦ୍ରିସ୍ ଅକବିୟିକ କହିଛନ୍ତି । ଶେଷରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ହସ୍ପିଟାଲ ପରିସରରେ ଥିବା ପଡ଼ିଆରେ କ୍ରାସ ହୋଇଥିଲା । ଦୁର୍ଘଟଣାର ତଦନ୍ତ ଜାରି ଥିବା ସୂଚନା ଦେଇଛନ୍ତି ଇଦ୍ରିସ୍ ।
କିଛିଦିନ ପୂର୍ବେ ତୁର୍କୀର ୬ ସେନା ଅଧିକାରୀ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଆର୍ମି ଟ୍ରେନିଂ ଏକ୍ସରସାଇଜ୍ବେଳେ ଦୁଇଯି ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଥିଲେ । ଯାହାଫଳରେ ହେଲିକପ୍ଟରେ ଥିବା ଯବାନଙ୍କ ମୃତ୍ୟୁ ଘଟିଥିଲା । ସେନା ପ୍ରଶିକ୍ଷଣ ସମୟରେ ଘଟିଥିବା ଦୁର୍ଘଟଣାକୁ ନେଇ ତୁର୍କୀର ପ୍ରତିରକ୍ଷା ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।