fbpx

ଆଗ୍ନେୟଗିରି ପାଖରେ ହେଲିକପ୍ଟର ନିଖୋଜ, ଯାତ୍ରା କରୁଥିଲେ ୨୨ ଜଣ

ନୂଆଦିଲ୍ଲୀ: ରୁଷରେ ୨୨ ଜଣଙ୍କୁ ଧରି ଉଡାଣ ଭରିଥିବା ଏକ ହେଲିକଫ୍ଟର ନିଖୋଜ ହୋଇଛି। ଲୋକାଲ ମିଡିଆ ଶନିବାର ଦିନ ଏହି ବିଷୟରେ ସୂଚନା ଦେଇ କହିଛି ଯେ, ହେଲିକଫ୍ଟରରେ ୧୯ ଜଣ ଯାତ୍ରୀଙ୍କ ସମେତ ୩ ସଦସ୍ୟ ଥିଲେ। କୁହାଯାଉଛି ଯେ, ଏହି ହେଲିକଫ୍ଟର ଉଡାଣ ଭାରିବା ପରେ ଆଗ୍ନେୟଗିରି ପାଖେ ନିଖୋଜ ହୋଇଯାଇଥିଲା। ମିଡିଆ ରିପୋର୍ଟସ ଅନୁଯାୟୀ, ଯେଉଁ ସମୟରେ ହେଲିକଫ୍ଟର ନିଖୋଜ ହୋଇଥିଲା, ସେହି ସମୟରେ ସେ କାମଚଟକା ଅଞ୍ଚଳର ବାଚକାଜେଟ୍ସ ଅଗ୍ନେୟଗିରି ପାଖରେ ଉଡାଣ ଭରିଥିଲା। ହେଲିକଫ୍ଟରର ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

ରୁଷ ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ବାଇଟାଜ-ଏୟରୋ ଏୟାରଲାଇନ ଦ୍ୱାରା ସଂଚଳିତ Mi-8T ହେଲିକଫ୍ଟର ସହ ସକାଳ ୭ଟା ୧୫ ମିନିଟରେ ଉଡାଣ ଭରିବା ପରେ ଯୋଗାଯୋଗ ହୋଇପାରିନଥିଲା। ଜରୁରୀକାଳୀନ ସେବା ଅନୁଯାୟୀ, Mi-8T ହେଲିକଫ୍ଟର ଉଡାଣ ଭାରିବାର ସଂଗେ ସଂଗେ ନିଖୋଜ ହୋଇଯାଇଥିଲା। ଚାଳକ ଦଳ ଯୋଗାଯୋଗ ନ ହେବା ପୂର୍ବରୁ ମଧ୍ୟ କୌଣସି ସମସ୍ୟାକୁ ଜଣାଇନଥିଲେ। ହେଲିକଫ୍ଟରରେ ୧୯ ଜଣ ଯାତ୍ରୀ ଏବଂ ଚାଳକ ଦଳର ତିନି ଜଣ ସଦସ୍ୟ ଯାତ୍ରା କରୁଥିଲେ।

Get real time updates directly on you device, subscribe now.