fbpx

ଦେଶରେ ପ୍ରଥମ ଘଟଣା: ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ‘ହେଲିକପ୍ଟର ଏମର୍ଜେନ୍ସି ମେଡିକାଲ ସର୍ଭିସ’ ଯୋଜନା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା, ସ୍ୱାସ୍ଥ୍ୟ, କୃଷିଠାରୁ ଆରମ୍ଭ କରି ପର୍ଯ୍ୟଟନ, ଗମନାଗମନା ସୁବିଧା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଖୁବଶୀଘ୍ର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ି ହେବାକୁ ଯାଉଛି ହେଲିକପ୍ଟର । ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଥିବା ବେଳେ ଦୁର୍ଘଟଣାଜନିତ ମୃତ୍ୟୁକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଏହାଫଳରେ ଦୁର୍ଗମ ଅଞ୍ଚଳର ଗୁରୁତର ରୋଗୀଙ୍କୁ ହେଲିକପ୍ଟର ମାଧ୍ୟମରେ କମ୍ ସମୟରେ ମେଡିକାଲରେ ପହଞ୍ଚା ଯାଇପାରିବ ।

ସୂଚନା ମୁତାବକ, ରାଜ୍ୟ ସରକାର ଖୁବଶୀଘ୍ର ହେଲିକପ୍ଟର ଏମର୍ଜେନ୍ସି ମେଡିକାଲ ସର୍ଭିସ (ଏଚଇଏମଏସ) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେବା ଫଳରେ ଦୁର୍ଘଟଣାର ଆହତ ଓ ଦୁର୍ଗମ ଅଞ୍ଚଳର ଗୁରୁତର ରୋଗୀମାନେ ଉପକୃତ ହୋଇ ପାରିବେ । ରାଜ୍ୟ ପରିବହନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ମିଳିତ ଭାବେ ଏଭଳି ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶା ସରକାର ଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି ।

ଏଥିପାଇଁ ଆବଶ୍ୟକ ହେଉଥିବା ହେଲିକପ୍ଟର ପରିବହନ ବିଭାଗ ଭଡ଼ାରେ ଆଣିବ । ସଡ଼କ ସୁରକ୍ଷା ଫଣ୍ଡରୁ ଏହି ଖର୍ଚ୍ଚକୁ ଭରଣା କରାଯିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ଏନେଇ ରଣନୀତି ପ୍ରସ୍ତୁତ କରାଯିବ । ଦୁର୍ଘଟଣାରେ ଆହତଙ୍କୁ ଯଥାସମ୍ଭବ ଚିକିତ୍ସା ଯୋଗାଇବା ପାଇଁ ପୂର୍ବରୁ ପରିବହନ ବିଭାଗ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଥିଲା । ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲରେ ଟ୍ରମା କେୟାର ସେଣ୍ଟର ସ୍ଥାପନ କରାଯାଇଛି । ଏଥିସହିତ ଉଭୟ ସରକାରୀ ଓ ବେସରକାରୀ ଆମ୍ବୁଲାନ୍ସରେ ଆହତଙ୍କୁ ମେଡିକାଲରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.