fbpx

(video)ହେମା ମାଳିନୀ ଅଯୋଧ୍ୟାରେ ପ୍ରସ୍ତୁତ କରିବେ ନୃତ୍ୟ ନାଟିକା, ସେୟାର କଲେ ଭିଡିଓ

Advertisement

ନୂଆଦିଲ୍ଲୀ: ବଲିଉଡ୍ ଡ୍ରିମ୍ ଗାର୍ଲରୁ ନେତା ହୋଇଥିବା ହେମା ମାଳିନୀ କେବଳ ଜଣେ ଦକ୍ଷ ଅଭିନେତ୍ରୀ ନୁହଁନ୍ତି ଜଣେ ଦକ୍ଷ ନୃତ୍ୟାଙ୍ଗନା ମଧ୍ୟ । ବିଜେପି ନେତ୍ରୀ ହେମା ମାଳିନୀ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଦିବସରେ ରାମାୟଣ ଆଧାରିତ ନୃତ୍ୟ ନାଟିକା ପ୍ରସ୍ତୁତ କରିବେ ।

ବଲିଉଡ୍ ଅଭିନେତ୍ରୀ ହେମା ମାଳିନୀ ବହୁ କ୍ଲାସିକ୍ ଫିଲ୍ମରେ ନିଜର ଦମଦାର ଅଭିନୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟତା ଲାଭ କରିଛନ୍ତି । ତାଙ୍କର ବହୁ ଫିଲ୍ମ ବ୍ଲକ ବ୍ଲଷ୍ଟର ବି ସାବ୍ୟସ୍ତ ହୋଇଛି । ଅଭିନେତ୍ରୀରୁ ନେତା ହୋଇଥିବା ହେମାମାଳିନୀ ନିଜ କାର୍ଯ୍ୟାଳୟରୁ ଏବେ ଏକ ନୂଆ କ୍ଲିପ୍ ସେୟାର କରିଛନ୍ତି । ଯେଉଁଥିରେ ସେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଅଯୋଧ୍ୟା ଯିବା ଓ ସେଠାରେ ନୃତ୍ୟ ନାଟିକା ପ୍ରସ୍ତୁତ କରୁଥିବାର କଥା କହୁଛନ୍ତି ।

ଜଗତ ଗୁରୁ ପଦ୍ମବିଭୂଷଣ ରାମଭଦ୍ରାଚାର୍ଯ୍ୟଙ୍କ ୭୫ ତମ ଜନ୍ମୋତ୍ସବରେ ଅଯୋଧ୍ୟାରେ ଅମୃତ ମହୋତ୍ସବର ଆୟୋଜନ କରାଯାଉଛି । ମହୋତ୍ସବରେ ହେମା ମାଳିନୀ ସ୍ୱତନ୍ତ୍ର ପ୍ରସ୍ତୁତି ପ୍ରଦର୍ଶନ କରିବେ । ୧୭ ଜାନୁୟାରୀରେ ହେବାକୁ ଥିବା ଏହି ପ୍ରସ୍ତୁତି ରାମାୟଣର ବିଶେଷ ପ୍ରସଙ୍ଗ ଓ ମା’ ଦୁର୍ଗାଙ୍କ ଉପରେ ଆଧାରିତ । ଏହି କାର୍ଯ୍ୟକ୍ରମ ୨୨ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବ । ନିଜେ ହେମା ମାଳିନୀ ଏକ ଭିଡିଓ ଜାରି କରି ଏ ବିଷୟରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.