fbpx

କୁକୁଡ଼ା ଦେଉଛି କାଜୁ ଭଳି ଅଣ୍ଡା! ଏବେ ସୋସିଆଲ ମିଡିଆରେ ପାଲଟିଗଲାଣି ସେଲିବ୍ରିଟି…

ଅଣ୍ଡାର ଆକାର କେମିତି କିଏ ବା ନଜାଣେ । ଛୋଟ ଛୁଆଟି ବି କହିପାରିବ । କିନ୍ତୁ କେବେ କାଜୁ ଆକାରର ଅଣ୍ଡା କଥା ଶୁଣିଛନ୍ତି କି? ହଁ ଆଜ୍ଞା କାଜୁ ଆକୃତିର ପୁଣି ଅଣ୍ଡା । ଏବେ ପୁଣି କାଜୁ ଆକୃତି ପରି କୁକୁଡାର ଅଣ୍ଡା ଭାଇରାଲ ହେଉଛି । କିଛିଦିନ ହେବ ଏଭଳି ଏକ  ଭିନ୍ନ ଏକ ଆକୃତିର ଅଣ୍ଡା ଦେଉଥିବା ଏକ କୁକୁଡ଼ା ବେଶ୍ ଚର୍ଚ୍ଚାରେ ରହିଛିି । ଏଭଳି କାଜୁ ଆକୃତିର ଅଣ୍ଡା ଦେଇ କୁକୁଡାଟି ପୁରା ସେଲିବ୍ରିଟି ପାଲଟିଗଲାଣି । ଆହୁରୁ ପୁଣି ଲୋକ ଆଶ୍ଚର୍ଯ୍ୟ ହୋଇ ଏହି କୁକୁଡାକୁ ଅଦ୍ଭୁଦ କୁକୁଡା ବୋଲି ଭାବୁଛନ୍ତି । ଏହା ସହ ଦୂର ଦୂରରୁ ଲୋକ ତାକୁ ଦେଖିବାକୁ ଆସୁଛନ୍ତି ଓ ପୁଣି ଏହି କୁକୁଡା ସହ ସେଲ୍ଫି ନେଉଛନ୍ତି ।

ଏହି ଅଜବ କୁକୁଡା ତଥା ସେଲିବ୍ରେଟି କୁକୁଡା ଦେଖିବାକୁ ମିଳିଛି କର୍ଣ୍ଣାଟକର ଲୈଲା ଗାଁରେ । ପ୍ରଶାନ୍ତ ନାମକ ଜଣେ ବ୍ୟକ୍ତି କିଛିଦିନ ହେବ କୁକୁଡା ପାଳନ ଆରମ୍ଭ କରିଥିଲେ । ତେବେ ତାଙ୍କ କୁକୁଡାଗୁଡିକଙ୍କ ମଧ୍ୟରେ କଳାରଙ୍ଗର ଏକ କୁକୁଡାଥିଲା ସବୁଠୁ ଅଲଗା ଏବଂ ଖାସ୍ । କାରଣ କେବଳ ସେହି କୁକୁଡାଟି ଦେଉଥିବା ଅଣ୍ଡା ସାଧାରଣ ନୁହେଁ ।

କାରଣ ସେହି କୁକୁଡ଼ା ଦେଉଥିବା ଅଣ୍ଡାଗୁଡିକ ଆକାର ଦେଖିବାକୁ ଅବିକଳ କାଜୁ ପରି । ପ୍ରଶାନ୍ତ ଯେବେ ପ୍ରଥମେ କୁକୁଡାର ଏଭଳି ଅଣ୍ଡା ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ସେ ଭାବଥିଲେ ହୁଏତ କୁକୁଡାଟି ଆକସ୍ମିକଭାବେ ପ୍ରଥମଥର ପାଇଁ ଏଭଳି ଆକାରର ଅଣ୍ଡା ଦେଇଛି । ପରେ କିନ୍ତୁ ଲଗାତର ଭାବେ କୁକୁଡାଟି ଏମିତି ହିଁ କାଜୁ ପରି ଏଭଳି ଅଣ୍ଡା ଦେବାକୁ ଲାଗିଲା । ଅନ୍ୟପଟେ ପ୍ରାଣୀ ଚିକିତ୍ସକଙ୍କ ମତରେ କୁକୁଡାର ପ୍ରଜନନ ଅଙ୍ଗରେ ହୁଏତ କିଛି ସମସ୍ୟା ରହିଛି ଏଥିପାଇଁ ବୋଧହୁଏ କୁକୁଡାଟି ଏଭଳି ଅଣ୍ଡା ଦେଇଆସୁଥିବା କହିଛନ୍ତି । ତେବେ ଏହି ଘଟଣାର ଖବର ଚାରିଆଡେ ବ୍ୟାପିଯିବା ପରେ କୁକୁଡା ଏହି ସେଭଳି ବିରଳ ଅଣ୍ଡା ଦେଖିବାକୁ ଦୂର ଦୂରାନ୍ତରୁ ଲୋକ ଛୁଟିଥିବା ଜଣାପଡିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.