fbpx
BSKY SKY
BSKY SKY

ପର୍ଣ୍ଣ ସିନେମାରେ ମୋତେ ନ କହି ମୋ ପ୍ରାଇଭେଟ ପାର୍ଟ ଦେଖାଇଦେଲେ ରାଜ କୁନ୍ଦ୍ରା; ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ

BSKY

ମୁମ୍ବାଇ: ରାଜ କୁନ୍ଦ୍ରା ପର୍ଣ୍ଣ ଫିଲ୍ମ ମାମଲାରେ ମୁହଁ ଖୋଲିଛନ୍ତି ଆଉ ଜଣେ ଅଭିନେତ୍ରୀ । ମୁମ୍ବାଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅଭିନେତ୍ରୀ ଜଣକ ମାଲଭାନି ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଅଭିନେତ୍ରୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ପ୍ରାଇଭେଟ ପାର୍ଟ ଦେଖାଯିବ ନାହିଁଁ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ରାଜ କୁନ୍ଦ୍ରା । ମାତ୍ର ହଟସଟ୍ ଭିଡିଓରେ ତାଙ୍କର ପ୍ରାଇଭେଟ୍ ଦେଖାଇ ଥିଲେ ରାଜ କୁନ୍ଦ୍ରା । ଇଣ୍ଟିମେଟ ସିନର ଶୁଟିଂ ସମୟରେ ତାଙ୍କର ପ୍ରାଇଭେଟ ଦୃଶ୍ୟକୁ ଏଡିଟ କରାଯିବ ବୋଲି କୁନ୍ଦ୍ରା ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ନେଇ କହିଛନ୍ତି ଅଭିନେତ୍ରୀ ।

ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ପ୍ରାଇଭେଟ ପାର୍ଟ ଦେଖା ଯାଉଥିବା ଭିଡିଓ ହଟସଟରେ ରିଲିଜ ହୋଇଥିଲା । ଜଣେ ବନ୍ଧୁ ଦେଖିବା ପରେ ତାଙ୍କୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହାକୁ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ତାଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି । ତେବେ ପୋଲିସ ଏଯାଏଁ ରାଜ କୁନ୍ଦ୍ରାଙ୍କ କଳା ଧନର କୌଣସି ସନ୍ଧାନ ପାଇ ପାରି ନାହିଁ ।

Get real time updates directly on you device, subscribe now.