fbpx
BSKY SKY
BSKY SKY

ଯୁବତୀଙ୍କ ଗୋଡ଼ ଭାଙ୍ଗିଦେବେ କହିଲେ ରାଖୀ ସାୱନ୍ତ! କ୍ୟାବ୍ ଡ୍ରାଇଭରଙ୍କ ସପକ୍ଷରେ ମୁହଁ ଖୋଲିଲେ…

BSKY

ଓଡ଼ିଶା ଭାସ୍କର ବ୍ୟୁରୋ: ସୋସିଆଲ୍ ମିଡିଆରେ କିଛିଦିନ ହେଲା ଭାଇରାଲ୍ ହେବାରେ ଲାଗିଛି ଏକ ଭିଡିଓ । ଯେଉଁଥିରେ ଜଣେ କ୍ୟାବ୍ ଡ୍ରାଇଭରଙ୍କୁ ନିର୍ଘାତ ମାଡ଼ ମାରୁଛନ୍ତି ଜଣେ ଯୁବତୀ । ସମ୍ପୃକ୍ତ ଯୁବତୀଙ୍କ ନାମ ପ୍ରିୟଦର୍ଶିନୀ ଯାଦବ ବୋଲି କୁହାଯାଉଛି । କ୍ୟାବ୍ ଡ୍ରାଇଭରଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଚାଲିଥିବା ଦୃଶ୍ୟ ଦେଖିବା ପରେ ବିଭିନ୍ନ ମହଲରୁ ଯୁବତୀଙ୍କୁ ନିନ୍ଦା କରାଯାଉଛି । ଏପରିକି ପ୍ରିୟଦର୍ଶିନୀଙ୍କ ନାଁରେ ମାଡ଼ମାରି ଆହତ କରିବା ଓ ଭଙ୍ଗାରୁଜା କରିବା ନେଇ ମାମଲା ମଧ୍ୟ ରୁଜୁ ହୋଇଛି । ଅନ୍ୟପକ୍ଷରେ ଏହି ଘଟଣାରେ ମୁହଁ ଖୋଲିଛନ୍ତି କଣ୍ଟ୍ରାଭର୍ସି କ୍ୱିନ୍ ରାଖୀ ସାୱନ୍ତ ।

ରାଖୀ ସମ୍ପୃକ୍ତ ଯୁବତୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଲଜ୍ଜା ଲାଗିବା କଥା… ଯଦି ମୋ ସାମ୍ନାକୁ ଆସିବ ତ ବାଡ଼େଇକି ଗୋଡ଼ ଭାଙ୍ଗିଦେବି! କ୍ୟାବ୍ ଡ୍ରାଇଭରଙ୍କୁ ଏଭଳି ମାଡ଼ ମାରିବା ନେଇ ରାଖୀ କହିଛନ୍ତି ଯେ ଝିଅଟିଏ ବୋଲି କଣ ଏମତି ଫାଇଦା ଉଠାଇବ? ବିନା ଦୋଷରେ ମାଡ଼ ମାରିବ? ତୁମେ ନୂଆ ନୂଆ କରାଟେ ଶିଖିଛ ଅର୍ଥ ନିର୍ଦ୍ଦୋଷରେ ମାଡ଼ ମାରିବ? ମୋ ସାମ୍ନାକୁ ଆସ୍, ମାରିକି ତୋ ଗୋଡ଼ ଭାଙ୍ଗିଦେବି! ଆରେ ଦ ଗ୍ରେଟ୍ ଖଲିର ଗୋଟିଏ ହାତ ତୁମ ଉପରେ ପଡ଼ିଯିବ ନା, ମାଟି କାମୁଡ଼ି ପକେଇବ… ଏଭଳି ଢଙ୍ଗରେ ପ୍ରିୟଦର୍ଶିନୀଙ୍କ ଉପରେ ବର୍ଷିଛନ୍ତି ରାଖୀ ସାୱନ୍ତ । ସୂଚନାଯୋଗ୍ୟ ଯେ ଏଭଳି ଘଟଣା ୟୁପିର ଲକ୍ଷ୍ନୌରେ ଘଟିଛି ।

ରାଖୀ ଆହୁରି କହିଛନ୍ତି ଯେ- ଝିଅମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ ରହିଛି ଅର୍ଥ ଏହାର ଫାଇଦା ଉଠାଅ ନାହିଁ । ତୁମକୁ ଲଜ୍ଜା ଲାଗିବା କଥା, ଯଦି ପୁଅଟି କିଛି ଦୋଷ କରିନି, ତେବେ ଝିଅମାନେ ଆଇନକୁ ନିଜ ହାତକୁ ନିଅନ୍ତୁ ନାହିଁ। ଦେଶର ଜନତାଙ୍କୁ ପ୍ରାର୍ଥନା କରୁଛି ଯେ ଯେଉଁ ଡ୍ରାଇଭରଙ୍କୁ ଝିଅ ଜଣଙ୍କ ନିର୍ଘାତ ମାଡ଼ ମାରିଛି, ସେହି ଡ୍ରାଇଭରଙ୍କୁ ଆମେ ସମ୍ମାନ ଦେବା ଦରକାର । ଏଥିସହ ପ୍ରିୟଦର୍ଶିନୀ ଉଦ୍ଦେଶ୍ୟରେ ରାଖୀ କହିଛନ୍ତି ଯେ ଯୁଦ୍ଧ କରିବାର ଏତେ ସଉକ ଅଛି ତ, ସୀମାକୁ ଯାଇ ଚୀନବାଲାଙ୍କ ସହ ଲଢ଼…

Get real time updates directly on you device, subscribe now.