fbpx
BSKY SKY
BSKY SKY

୧୦ ସେକେଣ୍ଡରେ ପଲଟିଗଲା ବାଜି; ବ୍ରୋଞ୍ଜ ପଦକ ମୁକାବିଲାରେ ହାରିଲେ ପୁନିଆ

BSKY

ନୂଆଦିଲ୍ଳୀ: ୨-୦ରେ ଅଗ୍ରଣୀ ରହିବା ସତ୍ତେ୍ୱ ବ୍ରୋଞ୍ଜ ପଦକ ମୁକାବିଲାରେ ପରାସ୍ତ ହୋଇଛନ୍ତି ଦୀପକ ପୁନିଆ । ୮୬ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦିତା କରୁଥିବା ପୁନିଆ ମ୍ୟାଚର ୯୦ ପ୍ରତିଶତ ସମୟକୁ ନିଜ ନିୟନ୍ତ୍ରଣରେ ରଖିଥିଲେ । ତେବେ ଅନ୍ତିମ ୧୦ ସେକେଣ୍ଡରେ ଖରାପ ପ୍ରଦର୍ଶନ କରି ମ୍ୟାଚରେ ପରାଜିତ ହୋଇଥିଲେ । ସାନମାରିନୋର ପ୍ରତିପକ୍ଷ ଖେଳାଳି ମାଇଲ୍ସ ଆମିନଙ୍କ ନିକଟରୁ ୪-୨ରେ ପରାଜିତ ହୋଇଛନ୍ତି ।

ମ୍ୟାଚର ୯୦ ପ୍ରତିଶତରୁ ଅଧିକ ସମୟ ଦୀପକ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ । ମାତ୍ର ଅନ୍ତିମ କ୍ଷଣରେ ଦୀପକ ଅଧିକ ରକ୍ଷଣାତ୍ମକ ହୋଇଯାଇଥିଲେ । ଏହାର ଫାଇଦା ନେଇ ଆମିନ ଏକ ୩ ପଏଣ୍ଟର ମୁଭ ଖେଳିଥିଲେ । ଏହା ସହିତ ୪-୨ରେ ବିଜୟୀ ହୋଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ ମାଇଲ୍ସ । ଏହା ପୂର୍ବରୁ ସେମି ଫାଇନାଲରେ ଆମେମରିକୀୟ କୁସ୍ତି ଯୋଦ୍ଧା ଡେଭିଡ ଟେଲରଙ୍କ ନିକଟରୁ ୧୦-୦ରେ ପରାସ୍ତ ହୋଇଥିଲେ ପୁନିଆ ।

Get real time updates directly on you device, subscribe now.