fbpx

ହାଇଟେକ୍ ଟ୍ରାଜେଡି; ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡାମାଡ

ଭୁବନେଶ୍ୱର: ହାଇଟେକ୍ ଘଟଣାକୁ ନେଇ ଆଜି ତାତିଛନ୍ତି ଛାତ୍ର କଂଗ୍ରେସ । ଭୁବନେଶ୍ୱରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଉପରେ କରିଛନ୍ତି ଅଣ୍ଡାମାଡ । ରାଲିରେ ଆସି ଆନ୍ଦୋଳନ କରିବା ସହ ଅଣ୍ଡାମାଡ କରିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ୪ ଜଣ ଗୁରୁତର ହୋଇଥିଲେ । କିନ୍ତୁ ପରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । କିନ୍ତୁ ମୃତଦେହ ଚିହ୍ନଟ ଓ ହସ୍ତାନ୍ତରରେ ଗୁରୁତର ତ୍ରୁଟି କାରଣରୁ ହସ୍ପିଟାଲ କର୍ତ୍ତୃପକ୍ଷ ଓ ମୃତକଙ୍କ ପରିବାର ମଧ୍ୟରେ ବିବାଦ ଉପୁଜିଥିଲା । ଏହାକୁ ନେଇ ମୃତକଙ୍କ ପରିବାର ହାଇଟେକ୍ ହସ୍ପିଟାଲ ସାମ୍ନାରେ ଆନ୍ଦୋଳନରେ ବସିଥିଲେ । ଏ ପର୍ଯ୍ୟନ୍ତ ଦିଲ୍ଲୀପ ସାମନ୍ତରାୟ ନାମକ ଜଣେ ମୃତକଙ୍କ ଶବ ପରିବାର ଲୋକଙ୍‌କୁ ହସ୍ତାନ୍ତର କରାଯାଇ ନ ଥିବା ବେଳେ ଡିଏନଏ ରିପୋର୍ଟ ଆସିବା ପରେ ଶବ ହସ୍ତାନ୍ତର କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ମୃତକଙ୍କ ପରିବାର ପକ୍ଷରୁ ଏ ନେଇ ମଞ୍ଚେଶ୍ୱର ଥାନାରେ ଏତଲା ମଧ୍ୟ ଦିଆଯାଇଛି ।

Get real time updates directly on you device, subscribe now.