fbpx

ବାଥରୁମରେ ଲାଗିଥିଲା ହିଡେନ୍ କ୍ୟାମେରା, ଜଣାପଡ଼ିବାରୁ ସ୍କୁଲ୍ ସିଲ୍ କଲା ଶିକ୍ଷାବିଭାଗ

ନୂଆଦିଲ୍ଲୀ: ପାକିସ୍ତାନରେ ଦିନକୁ ଦିନ ମହିଳାଙ୍କ ପ୍ରତି ଦୁର୍ବବ୍ୟବହାର ବଢ଼ିବାରେ ଲାଗିଛି । ଦିନ ଦ୍ୱିପହରରେ ମଧ୍ୟ ସେଠାରେ ମହିଳା ମାନେ ଆଦୌ ସୁରକ୍ଷିତ ନୁହନ୍ତି । ଏହା ମଧ୍ୟରେ ଆଉ ଏକ ଖବର ଧ୍ୟ୍ୟାନ ଆକର୍ଷଣ କରିଛି । ପାକିସ୍ତାନର ଏକ ସ୍କୁଲର ବାଥରୁମ୍ ଭିତରେ ଲୁଚାଇ ଲଗାଯାଇଥିଲା ହିଡେନ୍ କ୍ୟାମେରା । ଏହା ଜଣାପଡ଼ିବା ପରେ ହଙ୍ଗାମା ଦେଖିବାକୁ ମିଳିଛି । ଏହି ଖବର ସାମନାକୁ ଆସିବା ପରେ ସିନ୍ଧ ଶିକ୍ଷା ବିଭାଗ ସ୍କୁଲର ପଞ୍ଜୀକରଣକୁ ରଦ୍ଦ କରିଦେଇଛନ୍ତି ଶିକ୍ଷା ବିଭାଗ । ଏହା ସହିତ ସ୍କୁଲ ବିଲଡିଂକୁ ସିଲ୍ କରିଦିଆଯାଇଛି ।

ସ୍କୁଲ ବାଥରୁମରେ ଏହି ହିଡେନ୍ କ୍ୟାମେରା ଉଭୟ ପୁଅ ଓ ଝିଅଙ୍କ ବାଥରୁମରେ ଲଗାଯାଇଥିଲା । ମିଡିଆ ରିପୋର୍ଟ ଅନୁସାରେ, ଏହି ହିଡେନ୍ କ୍ୟାମେରା ସଫୋରା ଗୋଥର ଏକ ଘରୋଇ ସ୍କୁଲରେ ଲଗାଯାଇଥିଲା । ଏହି ଘଟଣା ପ୍ରଘଟ ହେବା ପରେ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ହେଲେ କୁହାଯାଉଛି ଯେ, ସ୍କୁଲ ପକ୍ଷରୁ କୌଣସି ମତ ପ୍ରକାଶ କରାଯାଇନାହିଁ ।

hidden camera

ସୂଚନା ଅନୁସାରେ, ଚୈପଲ ସନ୍ ସିଟି ସ୍ଥିତ ଦ ହାରକ୍ସ ସ୍କୁଲର ଜଣେ ମହିଳା ଶିକ୍ଷୟତ୍ରୀ ସିନ୍ଧର ଘରୋଇ ସଂସ୍ଥାର ନିରୀକ୍ଷକ ନିର୍ଦ୍ଦେଶାଳୟରେ ଏ ସମ୍ପର୍କରେ ଜଣାଇଥିଲେ । ଏହାର ଏକ ଟିମ୍ ଗୁରୁବାର ଦିନ ସ୍କୁଲ ପରିସରର ବୁଲି ଦେଖିଥିଲେ । ଆଉ ଏହି ନିରୀକ୍ଷଣ ସମୟରେ ବାଥରୁମ୍ ରେ ଦୁଇଟି କ୍ୟାମେରା ମିଳିଥିଲା । ରିପୋର୍ଟରେ କୁହାଯାଇଛି ଯେ, କ୍ୟାମେରାକୁ ଏଭଳି ଲଗାଯାଇଥିଲା ଯେ, ଯେପରି ସବୁ କର୍ମଚାରୀ ତଥା ଛାତ୍ରଛାତ୍ରୀ କଣ କରୁଛନ୍ତି ବା ସେମାନଙ୍କ ଗତିବିଧିକୁ ସ୍ପଷ୍ଟ ରୂପରେ ଦେଖିହେବ । ଏହା ବ୍ୟତୀତ ସ୍କୁଲର କିଛି ଶିକ୍ଷୟତୀଙ୍କୁ ଏ ସମ୍ପର୍କରେ ଜଣାଥିବା କଥା ମଧ୍ୟ କୁହାଯାଉଛି । କିନ୍ତୁ ସେମାନେ ଜାଣିନ ଥିଲେ ଯେ, କ୍ୟାମେରା କେଉଁଠି ଲଗାଯାଇଛି ।

ଏହି ପରିପ୍ରେକ୍ଷୀରେ ଶିକ୍ଷା ବିଭାଗର କହିବା କଥା ଯେ, ଏଭଳି ମାମଲା ପ୍ରଥମ ଥର ପାଇଁ ସାମନାକୁ ଆସିଛି । ଏହା ପୂର୍ବରୁ କୌଣସି କ୍ୟାମେରା ମିଳିନଥିଲା । ଏନେଇ ଅନେକ ସ୍କୁଲର ଅଭିଭାବକ ମାନେ ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ଏହାକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ଏହାକୁ ନେଇ ଅନେକ ବିରୋଧ ମଧ୍ୟ କରାଯାଉଛି ।

Get real time updates directly on you device, subscribe now.