fbpx

ବାତିଲ ହେଲା ପୋଲିସକର୍ମୀଙ୍କ ଛୁଟି: ଲାଗୁହେଲା ୧୪୪ ଧାରା, ହାଇଆଲର୍ଟରେ ସମଗ୍ର ଉତ୍ତରପ୍ରଦେଶ

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫ ଅହମ୍ମଦଙ୍କୁ ଗତକାଲି ରାତିରେ ଗୁଳି କରି ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ, ଉଭୟଙ୍କୁ ୧୦ ରୁ ଅଧିକ ଗୁଳି ବାଜିଥିଲା । ଉଲ୍ଲେଖନୀୟ କଥା ହେଉଛି, ଦୁଇ ଦିନ ପୂର୍ବେ ତାଙ୍କ ପୁଅ ଆସାଦ ଏକ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିଲେ। ଅତିକ ଏବଂ ଆଶ୍ରାଫ୍ ପୋଲିସ୍ ହେପାଜତରେ ଥିଲେ।

ଯାହା ସୂଚନାମିଳୁଛି ସାମ୍ବାଦିକମାନଙ୍କ ଭିଡ଼ରୁ କେହି ଜଣେ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇଙ୍କୁ ଅତି ନିକଟରୁ ଗୁଳି ଚଳାଇଥିଲେ। ତେବେ ଏହି ହତ୍ୟା ମାମଲା ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ। ତେବେ ଏହି ଘଟଣାର ନ୍ୟାୟିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି । ତେବେ ପ୍ରୟାଗରେ ସୁରକ୍ଷା ଦୃଷ୍ଟିକୁ ଦେଖି ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଏହା ସହିତ ସମସ୍ତ ପୋଲିସକର୍ମୀ ମାନଙ୍କଛୁଟି ମଧ୍ୟ ବାତିଲ କରାଯାଇଛି । ଉତ୍ତର ପ୍ରଦେଶରେ ୧୪୪ ଧାରା ଲାଗୁ କରାଯିବା ସହ ଯେପରି ଅଧିକ ଉତ୍ତେଜନା ସୃଷ୍ଟି ନ ହୁଏ ସେଥିଲାଗି ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରାଯାଇଛି ।

ସୂଚନାମୁତାବକ ଆଜି କଡା ସୁରକ୍ଷା ମଧ୍ୟରେ ମାଫିଆ ଅଟିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶ୍ରାଫଙ୍କ ପୋଷ୍ଟମର୍ଟମ କରାଯିବ। ପାଞ୍ଚଜଣ ଡାକ୍ତରଙ୍କ ଏକ ପ୍ୟାନେଲ ଉଭୟଙ୍କ ପୋଷ୍ଟମର୍ଟମ କରିବେ। ଏହା ପରେ ପୋଲିସ-ପ୍ରଶାସନଙ୍କୁ ଆଜି ଉଭୟଙ୍କ ମୃତଦେହକୁ କବର ଦେବାକୁ ଚେଷ୍ଟା କରିବ।

Get real time updates directly on you device, subscribe now.