fbpx

ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ: ଦକ୍ଷତା ଓ ଯୋଗ୍ୟତା ଆଧାରରେ ଜଣେ ସଂରକ୍ଷିତ ବର୍ଗର ପ୍ରାର୍ଥୀ ଅଣସଂରକ୍ଷିତ ପଦରେ ନିଯୁକ୍ତି ପାଇପାରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଅଣସଂରକ୍ଷିତ ପଦରେ ଜଣେ ସଂରକ୍ଷିତ ବର୍ଗର ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପାଇ ପାରିବେ । ଅଣସଂରକ୍ଷିତ ପଦ କୌଣସି ନିର୍ଦ୍ଦିଷ୍ଟ ବର୍ଗଙ୍କ ପାଇଁ ସଂରକ୍ଷିତ ନୁହେଁ ବୋଲି କୋର୍ଟ କହିଛନ୍ତି । ଦକ୍ଷତା, ଯୋଗ୍ୟତା ଓ ବରିଷ୍ଠତା ଭିତ୍ତିରେ ଜଣେ ସଂରକ୍ଷିତ ବର୍ଗର ପ୍ରାର୍ଥୀ ଅଣସଂରକ୍ଷିତ ପଦରେ ନିଯୁକ୍ତି କିମ୍ବା ପ୍ରମୋସନ ପାଇ ପରିବେ । ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ୨୦୧୯ରେ ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀ ଭାବେ ଲଳିତ କୁମାର ନାଏକ ଅମିନ ଭାବେ କେନ୍ଦୁଝର ଜିଲ୍ଲାରେ ନିଯୁକ୍ତି ପାଇଥିଲେ । ତେବେ ବରିଷ୍ଠତା ଲିଷ୍ଟରେ ଲଳିତଙ୍କ ନାମ ୭ ନମ୍ବରରେ ରହିଥିବା ବେଳେ ୨୦୧୨ରେ ଉକ୍ତ ପଦରେ ନିଯୁକ୍ତି ପାଇଥିବା ଅଣସଂରକ୍ଷିତ ବର୍ଗର ଅନ୍ୟ ଦୁଇ ପ୍ରାର୍ଥୀ ଲିଷ୍ଟରେ ୨୦ ଓ ୨୧ରେ ରହିଥିଲେ । ଜିଲ୍ଲାରେ ରାଜସ୍ୱ ନିରୀକ୍ଷକ ପଦ ପାଇଁ ୨୦୯ରେ ପଦୋନ୍ନତି ଦିଆଯିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଅଣସଂରକ୍ଷିତ ଆସନରେ ବରିଷ୍ଠ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ପଦୋନ୍ନତି ଦେଇ ହେବ କି ନା ସେନେଇ ସ୍ପଷ୍ଟିକରଣ ଚାହିଁଥିଲେ ।

ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଏସସି ଓ ଏସଟି ବିଭାଗର ମତାମତ ଲୋଡ଼ା ଯାଇଥିବା ବେଳେ ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ଅଣସଂରକ୍ଷିତ ପଦରେ ପଦୋନ୍ନତି ଦିଆଯାଇ ପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା । ତେବେ ବରିଷ୍ଠତା ଥିବା ଏସଟି ପ୍ରାର୍ଥୀଙ୍କୁ ଉପେକ୍ଷା କରାଯାଇ କନିଷ୍ଠ ଅଣସଂରକ୍ଷିତ ପ୍ରାର୍ଥୀଙ୍କୁ ପଦୋନ୍ନତି ଦିଆଯିବାରୁ ଆବେଦନକାରୀ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୯ ଜାନୁଆରୀରେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଜାରି ହୋଇଥିବା ସ୍ପଷ୍ଟିକରଣକୁ ହାଇକୋର୍ଟ ବେଆଇନ ବୋଲି କହିଥିଲେ ।

Get real time updates directly on you device, subscribe now.