fbpx

ରୋଗୀଙ୍କ ପେଟ୍ ସିଟି ସ୍କାନର ସମସ୍ତ ଖର୍ଚ୍ଚ ନେଇ ଆସିଲା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର, ୧୯ା୧ (ଓଡିଶା ଭାସ୍କର): ଏଣିକି ରୋଗୀମାନଙ୍କର ପେଟ୍ ସିଟି ସ୍କାନର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ପୂର୍ବରୁ ପେଟ୍ ସିଟି ସ୍କାନ ପାଇଁ ରୋଗୀଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା । ଜଣେ କ୍ୟାନସର ରୋଗୀ ହାଇକୋର୍ଟରେ ଏହି ସମସ୍ୟା ନେଇ ଏକ ମାମଲା ଦାୟର କରିଥିଲେ । ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସମସ୍ତ ଖର୍ଚ୍ଚ ବହନ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟଙ୍କ ଏହି ରାୟ ପରେ ପେଟ୍ ସିଟି ସ୍କାନ ପାଇଁ ଖର୍ଚ୍ଚାନ୍ତ ହେଉଥିବା ରୋଗୀଙ୍କୁ ଆଶ୍ୱସ୍ତି ମିଳିଛି । ଆସନ୍ତାକାଲିଠାରୁ ସମସ୍ତ ସିଟି ସ୍କାନର ଖର୍ଚ୍ଚ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିବ । ସୂଚନାଯୋଗ୍ୟ ଯେ, କଟକ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ପେଟ୍ ସିଟି ସ୍କାନ ମେସିନ ନଥିବାରୁ ରୋଗୀମାନେ ଅନ୍ୟତ୍ର ଯାଇ ଖର୍ଚ୍ଚାନ୍ତ ହେଉଥିଲେ । ତେଣୁ ଏହି ସମସ୍ୟା ନେଇ ଜଣେ କ୍ୟାନସର ରୋଗୀଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା । ତେବେ ହସ୍ପିଟାଲରେ ମେସିନ ଥାଉ ବା ନଥାଉ, ସିଟି ସ୍କାନର ଆବଶ୍ୟକତା ପଡ଼ିଲେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

Get real time updates directly on you device, subscribe now.