fbpx

ଐତିହାସିକ ବିଜୟ ପରେ ଟିମ୍ ଇଣ୍ଡିଆକୁ ୫ କୋଟିର ବୋନସ୍

ନୂଆଦିଲ୍ଲୀ,୧୯ ।୧: ବ୍ରିସବେନ୍ ଟେଷ୍ଟରେ ଅଷ୍ଟ୍ରଲିଆକୁ ୩ ୱିକେଟରେ ହରାଇ ଐତିହାସିକ ବିଜୟ ହାସଲ କରିଛି ଭାରତ । ୨-୧ରେ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ । ଶୁଭମନ ଗିଲ ୯୧ ଓ ରିଷଭ ପନ୍ତଙ୍କ ଅପରାଜିତ ୮୯ ରନ୍ କରିଛନ୍ତି । ବିଦେଶ ମାଟିରେ ଇତିହାସ ରଚିଛି ଭାରତ । ବର୍ଡର ଭାଗାସ୍କର ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ । ଗାବାରେ ୩୨ ବର୍ଷ ପରେ ହାରିଛି ଅଷ୍ଟ୍ରେଲିଆ । ୧୯୮୮ରେ ଇଣ୍ଡିଜଠାରୁ ହାରିଥିଲା ଅଷ୍ଟ୍ରେଲିଆ । ବିଜୟ ସହ ଦ୍ୱିତୀୟ ସ୍ଥାନକୁ ଉଠିଛି ଭାରତ ।

ବିଜୟ ପାଇଁ ଟିମ୍ ଇଣ୍ଡ୍ରିାକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତର ବିଜୟକୁ ନେଇ ମୁଁ ବହୁତ ଖୁସି ଅଛି ବୋଲି ମୋଦୀ କହିଛନ୍ତି ।

ତେବେ ବିଜୟ ପରେ ଟିମ୍ ଇଣ୍ଡିଆକୁ ୫ କୋଟିର ବୋନସ୍ ଘୋଷଣା ହୋଇଛି । ୫ କୋଟି ଟଙ୍କାର ବୋନସ୍ ଦେବାକୁ ଘୋଷଣା କରିଛି ବିସିସିଆଇ । ଏହା ଭାରତୀୟ କ୍ରିକେଟ ପାଇଁ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.