fbpx

ଅଶାନ୍ତ ବାଣୀବିହାର: ସିପିଙ୍କୁ ଭେଟିଲେ କୁଳପତି

ଭୁବନେଶ୍ୱର,୧୯ ।୧(ଓଡିଶା ଭାସ୍କର): ବିଶ୍ୱବିଦ୍ୟାଳୟ ଖୋଲୁ ଖୋଲୁ ଆରମ୍ଭ ହୋଇଛି ଗୋଷ୍ଠୀ ସଂଘର୍ଷ । ବାଣୀବିହାରରେ ୨ ଛାତ୍ର ଗୋଷ୍ଠୀଙ୍କ ମୁହାଁମୁହିଁ ଘଟଣାକୁ ନେଇ ଆଜି ପୋଲିସ କମିଶନରଙ୍କୁ ଭେଟିଛନ୍ତି କୁଳପତି । କ୍ୟାମ୍ପସରେ ଅଶାନ୍ତ ପରିସ୍ଥିତିକୁ ନେଇ ବାଣୀବିହାର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପୋଲିସ କମିଶନରଙ୍କ ସହିତ ଆଲୋଚନା କରିଛନ୍ତି ।

ଅନ୍ୟପଟେ କୁଳପତିଙ୍କ ଅଫିସ ଆଗରେ ଛାତ୍ରଗୋଷ୍ଠୀ ଧାରଣାରେ ବସିଛନ୍ତି । କାଲିର ଘଟଣାରେ ଛାତ୍ରଗୋଷ୍ଠୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଓ ବିଭିନ୍ନ ଅବ୍ୟବସ୍ଥାକୁ ନେଇ କିଛି ଛାତ୍ର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ଯାଉଥିଲେ । ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଏହାର ପ୍ରତିବାଦ କରିଥିଲେଏବଂ ଏହାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ପ୍ରତିବାଦରେ ଗୋପବନ୍ଧୁ ଛାତ୍ରାବାସ ଆଗରେ ଛାତ୍ରମାନେ ଧାରଣା ଦେଇଥିଲେ ।

Get real time updates directly on you device, subscribe now.