fbpx

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଢେଙ୍କାନାଳ,୧୯ ।୧(ଓଡିଶା ଭାସ୍କର): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର । ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇଙ୍କୁ ଧରିଛି ଭିଜିଲାନ୍ସ । ସୂଚନା ମୁତାବକ, ମାଙ୍କଡା ପଥର ବ୍ୟବସାୟୀଙ୍କଠାରୁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ ଲକ୍ଷ୍ମଣ । ଏହି ସମୟରେ ଲକ୍ଷ୍ମଣ ଧରିଥିଲା ଭିଜିଲାନ୍ସ । ଏଥିପାଇଁ ଲକ୍ଷ୍ମଣ ଦଳେଇଙ୍କ ତହସିଲ ଅଫିସ୍‌, ଦୋଳ ମଣ୍ଡପ ସାହି ଭଡ଼ା ଘର, କଟକ ବଡ଼ମ୍ବାରେ ଥିବା ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।

Get real time updates directly on you device, subscribe now.