ଭୁବନେଶ୍ବର: ହାଇପ୍ରୋଫାଇଲ ଠକ ହଂସିତା-ଅନିଲଙ୍କୁ ମିଳିଲା ଜାମିନ । ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ ।
ତେବେ ଭୁବନେଶ୍ବରର ହାଇପ୍ରୋଫାଇଲ ବଣ୍ଟି ବବଲିଙ୍କୁ ଜାମିନ ଦେବା ସମୟରେ ଅନେକ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ୫୦ ହଜାର ଟଙ୍କାର ଜଣେ ଜାମିନଦାର ସହ ପାସପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥାତ୍ ଦେଶ ବାହାରକୁ ଯାଇପାରିବେନି ଠକ ହଂସିତା ଏବଂ ଅନିଲ ।
କହିରଖୁଛୁକି, ପୂର୍ବରୁ ଆୟକର ବିଭାଗ ପାଖରେ ବେନାମୀ ସମ୍ପତ୍ତି ଥିବା ପ୍ରମାଣ ମିଳିଥିଲା । ପୂର୍ବରୁ ୧୬ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ମାମଲାରେ ଶହେ କୋଟିରୁ ଅଧିକ ସମ୍ପତ୍ତି ଠାବ କରାଯାଇଥିବା ବେଳେ ୫୮ କୋଟି ଟଙ୍କାର ବେନାମୀ ସମ୍ପତ୍ତି ରହିଥିବା ଜଣାପଡିଥିଲା ।
ଅନ୍ୟପକ୍ଷରେ ପ୍ରତିବର୍ଷ ଡିସେମ୍ବର ୨୪ରେ ଅନିଲ ଧୁମଧାମ୍ରେ ଜନ୍ମଦିନ ପାଳନ କରୁଥିଲେ। ହଂସିତା ଓ ଅନିଲ ସେମାନଙ୍କ ଘନିଷ୍ଠ ସମ୍ପର୍କୀୟଙ୍କୁ ରୁଷୀୟ ଯୁବତୀ ମଧ୍ୟ ଉପହାର ଆକାରରେ ଭେଟି ଦେଉଥିଲେ। ଏହି ଜନ୍ମଦିନ ପାର୍ଟିକୁ ରୁଷୀୟ ଯୁବତୀମାନଙ୍କୁ ସେମାନେ ଆଣୁଥିଲେ ।
ତେବେ ଦିନକୁ ଦିନ ତାଙ୍କର କଳା ସାମ୍ରାଜ୍ୟ ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି ।