fbpx

ASO ମେରିଟ ତାଲିକା ଖାରଜ: ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ହାଇକୋର୍ଟରେ ପହଞ୍ଚିଛି ଏଏସଓ ପରୀକ୍ଷାର ଅନିୟମିତତା ମାମଲା । ଏହି ମାମଲାରରେ ଶୁଣାଣି କରି ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଓପିଏସସିର ମେରିଟ ଲିଷ୍ଟକୁ ଖାରଜ କରିଛନ୍ତି ମାନ୍ୟବର ହାଇକୋର୍ଟ । ଏହାପରେ ଆସନ୍ତା ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏିକିତ ପରୀକ୍ଷାର ମୋଟ ମାର୍କ ଆଧାରରେ ଏହି ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତବର୍ଷ ଅଗଷ୍ଟରେ ମୋଟ ୭୯୬ଟି ଏଏସଓ ପଦବୀ ପାଇଁ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାରେ ଅନିୟମିତତା ନେଇ ଅଭିଯୋଗ ହେବା ପରେ ମାମଲା ହାଇକୋର୍ଯ ପର୍ଯ୍ୟନ୍ତ ପହଞ୍ଚିଛି । ତେବେ ଏହାର ମେରିଟ ଲିଷ୍ଟକୁ ନେଇ ବର୍ତ୍ତମାନ ହାଇକୋର୍ଟ ବଡ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.