ନଦୀ ଜଳ ପ୍ରଦୂଷଣକୁ ନେଇ ହାଇକୋର୍ଟଙ୍କ ରାୟ: ଆମିକସକ୍ୟୁରୀ ନିଯୁକ୍ତ ପାଇଁ ନିର୍ଦ୍ଦେଶ

କଟକ: ବିଭିନ୍ନ ରାଜ୍ୟରେ ନଦୀର ଜଳ ପ୍ରଦୂଷଣ ଉପରେ ସ୍ୱତନ୍ତ୍ର ନଜର ରଖିବା ପାଇଁ ଦିଆଯାଉଛି ଗୁରୁତ୍ୱ । ଏଥି ପାଇଁ ଆମିକସକ୍ୟୁରି ନିଯୁକ୍ତ କରିଛନ୍ତି ମାନ୍ୟବର ହାଇକୋର୍ଟ । ୪ ମହାନଗର ନିଗମ କମିସନ ତରଫରୁ ଜଳ ପ୍ରଦୂଷଣ ନେଇ ଉତ୍ତର ରଖଯାଇଥିଲା । ଏଭଳି ଜଳ ପ୍ରଦୂଷଣକୁ ଯଥାଶୀଘ୍ର ରୋକିବା ପାଇଁ ପଦକ୍ଷେପ ନେବାକୁ ଅବଗତ କରାଇଛନ୍ତି । ଏଥିସହ ଜଳ ବିଶୋଧନାଗାର କାର୍ଯ୍ୟକ୍ଷମ ଉପରେ ମଧ୍ୟ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି ।

ସୂଚନା ଅନୁଯାୟୀ, ବିଭିନ୍ନ ରାଜ୍ୟରେ ହେଉଥିବା ଜଳ ପ୍ରଦୂଷଣ ସରକାରଙ୍କୁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କାଠଯୋଡି ନଦୀର ଜଳ ପ୍ରଦୂଷଣକୁ ନେଇ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ଫଳରେ ବିଭିନ୍ନ ସ୍ଥାନରେ ହେଉଥିବା ଏହି ସମସ୍ୟାର ସମାଧାନ ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ପ୍ରଦୂଷଣ ରୋକିବା ପାଇଁ ଯଥାଶୀଘ୍ର କୌଣସି ପଦକ୍ଷେପ ନେବା ପାଇଁ ହାଇକୋର୍ଟଙ୍କ ତରଫରୁ ନିର୍ଦ୍ଦେଷ ଜାରି ହୋଇଛି । ଏଥିପାଇଁ ଆଇମସକ୍ୟୁରି ମଧ୍ୟ ନିଯୁକ୍ତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ ମାସରେ ହେବ ବୋଲି ଜଣାପଡିଛି ।