fbpx

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ହେବ ବାଧ୍ୟତାମୂଳକ, ନଚେତ୍ ଦେବାକୁ ପଡ଼ିବ ମୋଟା ଅଙ୍କର ଫାଇନ

ନୂଆଦିଲ୍ଲୀ: ଆଜିଠାରୁ ଦୁଇ ଏବଂ ଚାରି ଚକିଆ ଘରୋଇ ଯାନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବାଧ୍ୟତାମୂଳକ ହେବ । ଖାସ୍ କଥା ହେଉଛି ଯେ, ଯେଉଁସବୁ ଯାନବାହାନର ନମ୍ବର ପ୍ଲେଟ୍ ର ଶେଷ ଅଙ୍କ ୦ କିମ୍ବା ୧ ହୋଇଥିବ ତେବେ ସେମାନଙ୍କ ପାଇଁ ୨୦୨୧ ନଭେମ୍ବର ୧୫ ହେବ ଅନ୍ତିମ ତାରିଖ । ଏହିଭଳି ଭାବରେ ଗାଡ଼ିଗୁଡ଼ିକର ଶେଷ ଅଙ୍କ ଆଧାରରେ ଅଲଗା ଅଲଗା ତାରିଖରେ ନମ୍ବର ପ୍ଲେଟ୍ ଲଗାଇବା ଆବଶ୍ୟକ ହେବ । ନଚେତ୍ ଚେକିଂ ସମୟରେ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ।

ତେବେ ଆଶ୍ୱସ୍ତିକର କଥା ହେଉଛି ଯେଉଁ ଗାଡ଼ି ମାଲିକ ମାନେ ଏସଏଚଆରପି ବୁକିଂ ରଖିଛନ୍ତି, ସେମାନଙ୍କ ବୁକିଂ ରସିଦ୍ ମାନ୍ୟ ହେବ । ତେବେ ହାଇ ସିକ୍ୟୁରିଟି ଚାଲାଣ ନେଇ କୌଣସି ଘୋଷଣା ହୋଇନାହିଁ । କିନ୍ତୁ ଗାଡ଼ି ଗୁଡ଼ିକର ସୁରକ୍ଷାକୁ ନଜରରେ ରଖି ନମ୍ବର ପ୍ଳେଟ୍ ଲଗାଇବା ଜରୁରୀ । ଅତିରିକ୍ତ ପରିବହନ କମିଶନର ଦେବେନ୍ଦ୍ର ସିଂ କହିଛନ୍ତି ଯେ ଏସଏଚଆରପି ଲଗାଇବା ତାରିଖରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ଆପଣ ମାନେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଘରେ ବସି ମଧ୍ୟ ଲଗାଇପାରିବେ । ଏଥିପାଇଁ ଅନଲାଇନ୍ ଆବେଦନ ରେ ଦୁଇଟି ବିକଳ୍ପ ରହିବ । ଆପଣ ମାନେ ଯେଉଁ ଶୋ ରୁମ୍ ରୁ ଗାଡ଼ି କିଣିବେ ସେଠାରେ ଆବେଦନ କରିପାରିବେ ଏବଂ www.siam.in ୱେବସାଇଟ୍ ରେ ବି ଆବେଦନ କରିପାରିବେ । ତେବେ ଏଥିପାଇଁ ଗାଡ଼ିର ଆରସି ଦରକାର ପଡ଼ିବ । ଯଦି ଆପଣ ଘରେ ବସି ଅନଲାଇନ୍ ରେ ଏହି ନମ୍ବର ପ୍ଲେଟ୍ କୁ ଲଗାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏକ୍ସଟ୍ରା ଚାର୍ଜ ଲାଗିବ । ଯେପରି ଦୁଇଚକିଆ ଯାନ ପାଇଁ ୧୦୦ ଟଙ୍କା ଓ ଚାରି ଚକିଆ ଯାନ ପାଇଁ ୨୦୦ ଟଙ୍କା ଦେବାକୁ ପଡ଼ିବ । କିନ୍ତୁ ଶୋ ରୁମ୍ ରେ ଲଗାଇଲେ କୌଣସି ପ୍ରକାରର ଅତିରିକ୍ତ ଚାର୍ଜ ଲାଗିବ ନାହିଁ ।

ଗାଡ଼ିର ଶେଷ ନମ୍ବର ହିସାବରେ ସିଡ୍ୟୁଲ୍:

୦-୧ ନଭେମ୍ବର ୧୫, ୨୦୨୧ ପର୍ଯ୍ୟନ୍ତ
୨-୩ ଫେବୃଆରୀ ୧୫, ୨୦୨୨ ପର୍ଯ୍ୟନ୍ତ
୪-୫ ମେ ୧୫,୨୦୨୨ ପର୍ଯ୍ୟନ୍ତ
୬-୭ ଅଗଷ୍ଟ ୧୫, ୨୦୨୨ ପର୍ଯ୍ୟନ୍ତ
୮-୯ ନଭେମ୍ବର ୧୫, ୨୦୨୨

Get real time updates directly on you device, subscribe now.