fbpx

ପୋଷ୍ଟ ଅଫିସର ଏହି ଯୋଜନାରେ ମିଳୁଛି ସବୁଠାରୁ ଅଧିକ ସୁଧ, ଛୁଆର ଭବିଷ୍ୟତକୁ କରିପାରିବେ ସୁରକ୍ଷିତ

ନୂଆଦିଲ୍ଲୀ: ଯଦି ଆପଣ ଆଗାମୀ ଦିନରେ ନିବେଶ କରିବାକୁ ଚାହୁଁଛ, ତେବେ ଆପଣ ପୋଷ୍ଟ ଅଫିସର ଛୋଟ ସେଭିଂ ଯୋଜନାରେ ନିବେଶ କରିପାରିବେ । ଏହି ଯୋଜନାରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିବ ସହିତ ନିବେଶର ଟଙ୍କା ମଧ୍ୟ ସୁରକ୍ଷିତ ରହୁଛି । ଯଦି ବ୍ୟାଙ୍କ ଦେବାଳିଆ ହୁଏ, ତେବେ ଆପଣଙ୍କୁ ୫ ଲକ୍ଷ ଟଙ୍କା ଫେରସ୍ତ ମିଳିବ । କିନ୍ତୁ ଡାକଘରେ ଏପରି ହୋଇନଥାଏ । ଏଠାରେ ନିବେଶ କରିବା ଦ୍ୱାରା ସରକାର ସମସ୍ତ ଟଙ୍କାର ଗ୍ୟାରେଣ୍ଟି ନେବେ ।

ଡାକ ବିଭାଗର ଏପରି ଏକ ଛୋଟ ସେଭିଂ ଯୋଜନାରେ ‘ସୁକନ୍ୟା ସମୃଦ୍ଧି ଯୋଜନା’ ବି ସାମିଲ ରହିଛି । ଡାକଘରର ମସସ୍ତ ଯୋଜନା ମଧ୍ୟରେ ଏଥିରେ ସବୁଠାରୁ ଅଧିକ ସୁଧ ମିଳୁଛି । ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ…

–  ପୋଷ୍ଟ ଅଫିସର ଏହି ଯୋଜନାରେ ବାର୍ଷିକ ୭.୬ ପ୍ରତିଶତ ସୁଧ ହାର ରହିଛି । ଏହି ସୁଧ ହାର ୧ ଏପ୍ରିଲରୁ ଲାଗୁ ହୋଇଛି । ସୁଧର ବାର୍ଷିକ ଆଧାରରେ କ୍ୟାଲକୁଲେଟ କରାଯାଏ ।

–  ପୋଷ୍ଟ ଅଫିସର ସୁକନ୍ୟା ସମୃଦ୍ଧି ଯୋଜନାରେ ଏକ ଆର୍ôଥକ ବର୍ଷରେ ସର୍ବନିମ୍ନ ୨୫୦ ଟଙ୍କା ଓ ସର୍ବାଧିକ ୧.୫ ଲକ୍ଷ ଟଙ୍କା ନିବେଶ କରାଯାଇପାରିବ । ଏହା ପରେ ଆପଣଙ୍କୁ ୫୦ ଟଙ୍କାର ମଲ୍ଟିପଲ ବି ନିବେଶ କରିବାକୁ ପଡିବ । ଏକ ମାସ କିମ୍ବା ଆର୍ôଥକ ବର୍ଷରେ ଜମା ସଂଖ୍ୟା ଉପରେ କୌଣସି ସୀମା ନାହିଁ ।

– ଏହି ଯୋଜନା ଅଧୀନରେ ଅଭିଭାବକ ୧୦ ବର୍ଷରୁ କମ୍ ଶିଶୁକନ୍ୟାଙ୍କ ନାମରେ ଏକ ଆକାଉଣ୍ଟ୍ ଖୋଲିପାରିବେ । ଡାକଘର କିମ୍ବା ଭାରତର ଯେକୌଣସି ବ୍ୟାଙ୍କରେ ଶିଶୁକନ୍ୟା ନାମରେ କେବଳ ଗୋଟିଏ ଆକାଉଣ୍ଟ ଖୋଲାଯାଇପାରିବ । ଏହି ଆକାଉଣ୍ଟ ପରିବାରର ସର୍ବାଧିକ ଦୁଇ ଝିଅଙ୍କ ପାଇଁ ଖୋଲାଯାଇପାରିବ ।

– ଏହି ଆକାଉଣ୍ଟ ଖୋଲିବା ଦିନ ଠାରୁ ୨୧ ବର୍ଷର ଅବଧି ସରିବା ପରେ ଏହାକୁ ବନ୍ଦ କରାଯାଇ ପାରିବ । ଏହା ବ୍ୟତୀତ ଆକାଉଣ୍ଟର ଝିଅକୁ ୧୮ ବର୍ଷ ବୟସ ହେବା ପରେ ବା ବିବାହ ସମୟରେ ଆକାଉଣ୍ଟ ବନ୍ଦ ହୋଇପାରିବ ।

Get real time updates directly on you device, subscribe now.