fbpx

ନିୟମ ଉଲଂଘନ କରିବା ପଡ଼ିଲା ମହଙ୍ଗା, ହିମା ଦାସଙ୍କୁ ନିଲମ୍ବନ କଲା NADA

ନୂଆଦିଲ୍ଲୀ: ଭାରତର ତାରକା ଆଥଲେଟ୍ ଗତ ଏକ ବର୍ଷ ମଧ୍ୟରେ ତିନିଥର ରହୁଥିବା ସ୍ଥାନରେ ନିୟମ ଉଲଂଘନ ପାଇଁ ବଡ଼ ଦଣ୍ଡର ସମ୍ମୁଖିନ ହୋଇଛନ୍ତି । ରାଷ୍ଟ୍ରୀୟ ଡୋପିଂ ନିରୋଧକ ଏଜେନ୍ସୀ(ନାଡା) ଅସ୍ଥାୟୀ ରୁପରେ ହିମାଙ୍କୁ ନିଲମ୍ବିତ କରିଛି। ଭାରତୀୟ ଦଳର ଜଣେ ଅଧିକାରୀ କହିଛନ୍ତି ଯେ ସେ ଗତ ଏକ ବର୍ଷ ମଧ୍ୟରେ ତିନିଥର ହିମା ରହୁଥିବା ସ୍ଥାନରେ ନିୟମ ଉଲ୍ଲଂଘନ କରିଛନ୍ତି । ସେଥିପାଇଁ ନାଡା ତାଙ୍କୁ ଅସ୍ଥାୟୀ ଭାବରେ ନିଲମ୍ବିତ କରିଛି । ତାଙ୍କୁ ହୁଏତ ଦୁଇ ବର୍ଷର ପ୍ରତିବନ୍ଧକ ସାମ୍ନା କରିବାକୁ ପଡିବ ଯାହା ଏକ ବର୍ଷକୁ ହ୍ରାସ କରାଯାଇପାରେ ।

ଜାକର୍ତ୍ତାରେ ୨୦୧୮ ଏସିଆନ୍ ଗେମ୍ସରେ ହିମା ୪୦୦ ମିଟର ବ୍ୟକ୍ତିଗତ ସ୍ପ୍ରିଣ୍ଟରେ ର ରୌପ୍ୟ ପଦକ ଜିତିଥିଲେ । ସେ ସ୍ୱର୍ଣ୍ଣ ଜିତିଥିବା ୪ଗୁଣା ୪୦୦ ମିଟର ମହିଳା ଦଳ ଏବଂ ରୌପ୍ୟ ବିଜେତା ମିଶ୍ରିତ ରିଲେ ଦଳର ସଦସ୍ୟ ମଧ୍ୟ ଥିଲେ । ୱାର୍ଲ୍ଡ ଆଥଲେଟିକ୍ସ ଆଣ୍ଟି-ଡୋପିଂ ଏଜେନ୍ସିର ନିୟମ ଅନୁଯାୟୀ, ଆବାସିକ ନିୟମର ତିନୋଟି ଉଲ୍ଲଂଘନ କିମ୍ବା ବାର ମାସରେ ପରୀକ୍ଷାରେ ଫେଲ୍ ହେବା ପରେ ନିଲମ୍ବିତ କରାଯାଇପାରେ ।

Get real time updates directly on you device, subscribe now.