fbpx

ହିମାଚଳପ୍ରଦେଶ ଭୁସ୍ଖଳନ: ପାହାଡ଼ର ହେଲା ଦୀପାଙ୍କ ମୃତ୍ୟୁର କାରଣ, ମରିବା ପୂର୍ବରୁ ପ୍ରକୃତିକୁ ସୂଚାଇଥିଲେ ସବୁକିଛି

କିନ୍ନୌର୍: ଜୀବନରେ କେତେବେଳେ କଣ ଘଟିଯିବ ତାହା କହିବା ଅବସମ୍ଭବ, ଜୀବନ ଅନିଶ୍ଚିତତାରେ ଭରପୂର…..ଏହି କଥାଟି ଆପଣ ମାନେ ଅନେକ ଥର ଶୁଣିଥିବେ ନିଶ୍ଚୟ । ଅନେକ ଥର ଆମେ ନିଜେ ଏହିକଥାର ତାତ୍ପର୍ଯ୍ୟକୁ ଅଙ୍ଗେ ନିଭେଇଛେ ମଧ୍ୟ । ପ୍ରକୃତରେ ଜୟପୁରର ଦୀପା ଶର୍ମା (୩୪), ହିମାଚଳ ପ୍ରଦେଶରେ ରବିବାର ଅପରାହ୍ନ ୧୨ଟା ୫୯ ମିନିଟ୍ ରେ ନାଗାସ୍ଟୀ ପୋଷ୍ଟ ପାଖରେ ଠିଆ ହୋଇଥିବା ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଏହାର କିଛି ସମୟ ପରେ ଅର୍ଥାତ୍ ଅପରାହ୍ନ ୧ ଟା ୨୫ ମିନିଟ୍ ରେ ସେଠାରୁ ଭୁସ୍ଖଳନର ଖବର ଆସିଥିଲା ।

ଏହି ଭୁସ୍ଖଳନରେ ମୋଟ ୯ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଯେଉଁଥିରେ ଦୀପା ଶର୍ମା ମଧ୍ୟ ସାମିଲ ଥିଲେ । ଦୀପାଙ୍କ ଟୁଇଟ୍ ପରେ ହିମାଚଳ ପ୍ରଦେଶର କିନ୍ନୌର୍ ଠାରୁ ଭୁସ୍ଖଳନର ଖବର ସାମନା କୁ ଆସିଥିଲା । ଭୁସ୍ଖଳନ ସମୟରେ ଚିତକୁଲାରୁ ସାଂଗାଲାକୁ ଯାଉଥିବା ଏକ ପର୍ଯ୍ୟଟକ ଗାଡ଼ି ଉପରେ ଏକ ବଡ଼ ପଥର ପଡ଼ିଯାଇଥିଲା । ତେବେ ପର୍ଯ୍ୟଟକ ଯାଉଥିବା ଗାଡ଼ିରେ ମୋଟ ୧୧ ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୯ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଆଉ ତିନି ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଏମିତିକି ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ଲୋକ ଭୁସ୍ଖଳନ ବେଳେ ଆହତ ହୋଇଥିବା ଖବର ସାମନାକୁ ଆସିଥିଲା ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଥିବା ବେଳେ ପ୍ରାଣ ହରାଇଥିବା ପରିବାରଙ୍କୁ ୨ ଲକ୍ଷ ଟଙ୍କା ଓ ଆହତଙ୍କ ପରିବାରକୁ ୫୦ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ତେବେ ଟୁଇଟର୍ ରେ ଦାପୀ ଶର୍ମାଙ୍କ ଫଲୋୟର୍ସ ମାନେ ଦୁଃଖ ପ୍ରକାଶ କରିଛନ୍ତି । ସୂଚନା ମୁତାବକ, ଦୀପା ଜଣେ ଆୟୂବେର୍ଦିକ ଡାକ୍ତର ଥିଲେ । ତେବେ ଭୁସ୍ଖଳନର ଗୋଟିଏ ଦିନ ପୂର୍ବରୁ ସେ ଟୁଇଟ୍ କରି ଲେଖିଥିଲେ ଯେ, ପ୍ରକୃତି ବିନା ଜୀବନ କିଛି ବି ନୁହଁ । ତାଙ୍କ ଟୁଇଟ୍ ଏବେ ଖୁବ୍ ଜୋରରେ ଭାଇରାଲ୍ ହେଉଛି ।

Get real time updates directly on you device, subscribe now.