fbpx

ପତ୍ନୀ ସୋନିଆଙ୍କ ଠାରୁ ଡେଙ୍ଗା ଦେଖାଯିବା ପାଇଁ ହିମେଶ କଲେ ଏପରି କାମ, ଭିଡିଓ ଭାଇରାଲ୍ ପରେ ହେଉଛନ୍ତି ଟ୍ରୋଲ୍

ନୂଆଦିଲ୍ଲୀ: ବଲିଉଡ୍ ସିଙ୍ଗର୍ ହିମେଶ ରେଶମିୟା ନିଜ ଗୀତ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ ସେ କୌଣସି ମ୍ୟୁଜିକ୍ ଭିଡିଓ ପାଇଁ ନୁହେଁ ବରଂ ଏକ ଭିଡିଓ କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ହିଁ ହିମେଶ ରେଶମିୟା ନିଜ ପତ୍ନୀଙ୍କ ସହିତ ଏୟାରପୋର୍ଟରେ ସ୍ପଟ୍ ହୋଇଥିଲେ । ଏହି ସମୟରେ ଦୁହେଁ କ୍ୟାମେରାରେ କଏଦ୍ ହୋଇଥିଲେ । ପତ୍ନୀ ସୋନିଆ ଙ୍କ ସହିତ ହିମେଶ ଯେଉଁଭଳି ପୋଜ୍ ଭାବରେ ଦେଇଥିଲେ ତାକୁ ନେଇ ସେ ଏବେ ଚର୍ଚ୍ଚାକୁ ଆସିଛନ୍ତି ।

ଏୟାରପୋର୍ଟ ଗେଟ୍ ରେ ହିମେଶ ଓ ସୋନିଆଙ୍କୁ ଫଟୋଗ୍ରାଫର୍ ମାନେ ଘେରିଯାଇଥିଲେ ଓ ପୋଜ୍ ଦେବାକୁ ଅନୁରୋଧ କରିଥିଲେ । ହିମେଶ ନିଜ ପତ୍ନୀଙ୍କ ଠାରୁ ଉଚ୍ଚତାରେ କମ୍ ଥିବାରୁ ପୋଜ୍ ଦେବା ସମୟରେ ଏପରି କିଛି କରିଛନ୍ତି ଯାହା କ୍ୟାମେରାରେ କଏଦ୍ ହୋଇଛି । ସେ ପତ୍ନୀଙ୍କ ଠାରୁ ଡେଙ୍ଗା ଦିଶିବା ପାଇଁ ପାଦକୁ ଉଠାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଏବେ ଏହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ସୋସିଆଲ୍ ମିଡିଆ ରେ ୟୁଜର୍ ମାନେ ହିମେଶଙ୍କ ମଜାକ୍ ଉଡାଉଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.