fbpx

ଲୋକପ୍ରିୟ ଟିଭି ଅଭିନେତ୍ରୀ ହିନା ଖାନ୍ ସ୍ତନ କର୍କଟରେ ପୀଡ଼ିତ, ଇନଷ୍ଟାଗ୍ରାମରେ ଶେୟାର କଲେ ଦୁଃଖଦ ପୋଷ୍ଟ

Advertisement

ମୁମ୍ବାଇ: ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ୍ । ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୩୬ ବର୍ଷୀୟ ହିନା ଖାନ ସ୍ତନ କର୍କଟରେ ପୀଡ଼ିତ ଥିବା ସେ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ସହ ଏକ ନୋଟ୍ ଶେୟାର କରିଛନ୍ତି । ଏହି ଖବର ତାଙ୍କ ସମସ୍ତ ଫ୍ୟାନ୍ସଙ୍କୁ ଶକ୍ତ ଧକ୍କା ଦେଇଛି ।

‘ୟେ ରିସ୍ତା କ୍ୟା କେହେଲାତା ହୈ’ର ଫେମ୍ ଅଭିନେତ୍ରୀ ହିନା ଖାନ୍ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଶେୟାର କରି ଲେଖିଛନ୍ତି, ‘ସାମ୍ପ୍ରତିକ ଗୁଜବକୁ ନେଇ ମୁଁ ସମସ୍ତ ହିନାହୋଲିକ୍ସ ଏବଂ ଯେଉଁମାନେ ମୋତେ ଭଲ ପାଉଛନ୍ତି ସମସ୍ତଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଶେୟାର କରିବାକୁ ଚାହୁଁଛି । ମୁଁ ୩କ୍ସୟ ଗ୍ଦଗ୍ଧବଶର ସ୍ତନ କର୍କଟରେ ଆକ୍ରାନ୍ତ । ଏହି ଚ୍ୟାଲେଞ୍ଜି ପରିସ୍ଥିତିରେ ସମସ୍ତଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ମୁଁ ଭଲ ଅଛି । ମୁଁ ଦୃଢ଼ ସଂକଳ୍ପବଦ୍ଧ ଏବଂ ଏହି ରୋଗକୁ ଦୂର କରିବା ପାଇଁ ପ୍ରକୃତରେ ପ୍ରତିବଦ୍ଧ ଅଟେ ।’

Get real time updates directly on you device, subscribe now.